୨୦୧୮ ମସିହାରେ ମୁମ୍ବାଇରେ ୮୦ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌ କିଣିଥିଲେ ରିୟା

Advertisment
୨୦୧୮ ମସିହାରେ ମୁମ୍ବାଇରେ ୮୦ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌ କିଣିଥିଲେ ରିୟା

Hindustan

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଛନ୍ଦି ହୋଇ ପଡ଼ିଛନ୍ତି ଅଭି‌ନେତ୍ରୀ ତଥା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ସେ ସୁଶାନ୍ତଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଛି। ଏବେ ରିୟାଙ୍କ ସଂପର୍କରେ ଆଉ ଏକ କଥା ଜାଣିବାକୁ ମିଳିଛି। ସୂଚନା ରହିଛି ଯେ ରିୟା ୨୦୧୮ ମସିହାରେ ମୁମ୍ବାଇରେ ୭୬ ଲକ୍ଷ ଟଙ୍କାର ଏକ ଫ୍ଲାଟ୍ ବୁକ୍‌ କରିଥିଲେ। ସମସ୍ତ ଖର୍ଚ୍ଚ ମିଶିବା ପରେ ରିୟାଙ୍କୁ ପ୍ରାୟ ୮ ଲକ୍ଷ ଟଙ୍କା ଦେବାକୁ ପଡ଼ିଥିଲା।

ରିୟା ଏହି ଫ୍ଲାଟ୍‌ ୨୦୧୮ ମସିହା ଫେବ୍ରୁଆରି-ମାର୍ଚ ବେଳକୁ କିଣିଥିଲେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୦୧୮ ମସିହାରେ ପ୍ରି-ଲଞ୍ଚ୍‌ ବୁକିଂ ଅଫର୍‌ରେ ରିୟା ଏହି ଫ୍ଲାଟ୍‌ କିଣିଥିଲେ।

publive-image Celebrity Tadka

ଏହି ଫ୍ଲାଟ୍‌ ବୁକ୍‌ କରିବା ପାଇଁ ରିୟା ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ରୁ ୫୦ ଲକ୍ଷ ଟଙ୍କାର ଋଣ ନେଇଥିବା ଜାଣିବାକୁ ମିଳିଛି। ରିୟା ଏବେ ସୁଦ୍ଧା ୪୫ ପ୍ରତିଶତ ଋଣ ସୁଝି ସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି। ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମୁମ୍ବାଇର ଇଡି କାର୍ଯ୍ୟାଳୟରେ ଆଜି ସକାଳେ ପହଞ୍ଚିଥିଲେ। ଟଙ୍କା ହେରଫେର ମାମଲାରେ ରିୟାଙ୍କୁ ଇଡି ପଚରାଉଚରା କରିଛି। ରିୟା ସୁଶାନ୍ତ ସିଂଙ୍କ ଆକାଉଣ୍ଟରୁ ୧୫କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିବା ବେଳେ କେଉଁ କାରଣ ପାଇଁ ଏତେ ଟଙ୍କା କାଢ଼ିଥିଲେ, ସେ ନେଇ ପ୍ରଶ୍ନ କରିଛି ଇଡି। ଏହା ସହ ରିୟା କିିଣିଥିବା ସମ୍ପତ୍ତି ବିଷୟରେ ମଧ୍ୟ ଇଡି ପଚରାଉଚରା କରିଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe