ଇଡିର ସମନ ପରେ ମୁମ୍ବାଇ ଫ୍ଲାଟ୍‌କୁ ଫେରିଲେ ରିୟା

Advertisment
୨୦୧୮ ମସିହାରେ ମୁମ୍ବାଇରେ ୮୦ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌ କିଣିଥିଲେ ରିୟା

Hindustan

ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ଅଡ଼ୁଆ ବଢ଼ି ଚାଲିଛି। ପ୍ରବର୍ତନ ନିର୍ଦେଶାଳୟ (ଇଡି) ତାଙ୍କୁ ପଚରାଉଚରା ପାଇଁ ଡାକିବା ପରେ ମୁମ୍ବାଇ ଫ୍ଲାଟ୍‌କୁ ଫେରିଛନ୍ତି ରିୟା। ଏହା ପୂର୍ବରୁ ଖବର ଆସିଥିଲା ଯେ ରିୟା ମୁମ୍ବାଇସ୍ଥିତ ଫ୍ଲାଟ୍‌ ଛାଡ଼ି ନିଜ ପରିବାର ସହ ଫେରାର୍‌ ହୋଇଯାଇଛନ୍ତି। କୁହାଯାଉଛି ଯେ ରିୟା କିଛି ଦିନ ହେବ କୌଣସି ଗୁପ୍ତ ଜାଗାରେ ରହୁଥିଲେ। ତେବେ ଇଡିର ନିର୍ଦେଶ ପରେ ସେ ନିଜ ଫ୍ଲାଟ୍‌କୁ ଫେରିଛନ୍ତି। ରିୟା ଅଗଷ୍ଟ ୭ରେ ମୁମ୍ବାଇରେ ଇଡି ସମ୍ମୁଖରେ ହାଜର ହେବେ। ବିହାର ପୁଲିସ୍‌ର ତଦନ୍ତ ଆଧାରରେ ରିୟା ଓ ତାଙ୍କର ସହଯୋଗୀଙ୍କୁ ଟଙ୍କା କାରବାର ଉପରେ ଇଡି ପଚରାଉଚରା କରିବ। ନିକଟରେ ସୁଶାନ୍ତଙ୍କ ଘର ମ୍ୟାନେଜର୍‌ ସୈମୁଅଲ ମିରାଣ୍ଡାଙ୍କୁ ବି ଇଡି ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେର୍‌ଫେର୍‌ ନେଇ ଇଡି ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe