ମୁମ୍ବାଇ: ୨୦୨୦ରେ ଏଦୁନିଆରୁ ବିଦାୟ ନେଇଥିଲେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍। ସେ ନିଜ ଘରେ ଜୀବନ ହାରିଥିବା ବେ‌ଳେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଏଭଳି ଘଟିଥିବା ଦାବି କରିଥିଲେ ସୁଶାନ୍ତଙ୍କ ପରିବାର। ଏହା ପରେ ଡ୍ରଗ୍ସ ମାମଲାରେ ରିୟା ଜେଲ ଯାଇଥିଲେ। କିଛି ମାସ ଜେଲରେ ରହି ସେ ଜେଲରୁ ବାହାରକୁ ଆସିଥିଲେ। ଜେଲରେ ଥିବା ବେଳେ ରିୟାଙ୍କ ସାଙ୍ଗମାନେ ତାଙ୍କ ପିତାମାତାଙ୍କ କିଭଳି ସାଥ୍ ଦେଇଥିଲେ ତାହା ଜଣାଇଛନ୍ତି ଅଭିନେତ୍ରୀ।

Advertisment

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ମୁଁ ଜେଲକୁ ଯିବା ପରେ ମୋ ମାତାପିତା ଭାଙ୍ଗିପଡ଼ିଥିଲେ। ମୁଁ ଓ ମୋ ଭାଇ ଜେଲକୁ ଯିବା ପରେ ସେମାନେ ଏକା ହୋଇଯାଇଥିଲେ। ଏହି ସମୟରେ ମୋ ସାଙ୍ଗମାନେ ତାଙ୍କର ସାହାରା ପାଲଟିଥିଲେ। ତାଙ୍କ ସହିତ ଖାଇବା ସହ ବାପାଙ୍କ ସହ ବସି ମଦ ପିଉଥିଲେ। ମୁଁ ଜେଲରୁ ବାହାରକୁ ଆସିବା ପରେ ସାଙ୍ଗମାନଙ୍କ ଓଜନ ବଢ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେମାନେ କହିଥିଲେ ମଉସା-ମାଉସୀ ସାଥ୍ ଦେବା ପାଇଁ ଅଧିକ ଖାଉଥିଲୁ । ସେଥିପାଇଁ ଏ ଅବସ୍ଥା। ଏହା ଶୁଣି ମୁଁ କହିଲି ମୁଁ ଜେଲରେ ଥିଲି, ଆଉ ତୁମେ ମାନେ ମଜାରେ ଖାଉଥିଲ। ସେ ଯାହା ବି ହେଉ ମୁଁ ନଥିବା ବେଳେ ସେମାନେ ମୋ ମାତାପିତାଙ୍କ ଦେଖାଶୁଣା କରିଥିବାରୁ ମୁଁ ସବୁଦିନ ପାଇଁ କୃତଜ୍ଞ ରହିବି।"

ଏ ଖବର ପଢ଼ନ୍ତୁ- https://sambad.in/entertainment/ib-ministry-summons-netflix-amid-row-over-ic-814-6943537

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/ips-officers-19-year-old-daughter-found-dead-at-lucknow-hostel-6943270