ଅସାବଧାନତା ହେତୁ ସମୁଦ୍ରରେ ଖସି ପଡ଼ିଥିବା ଆଇଫୋନ୍‌କୁ ମହିଳାଙ୍କୁ ଫେରାଇଲା ତିମି, ରିଚ୍ଚା ସେୟାର କଲେ ଘଟଣାର ଭିଡିଓ

Advertisment
ଅସାବଧାନତା ହେତୁ ସମୁଦ୍ରରେ ଖସି ପଡ଼ିଥିବା ଆଇଫୋନ୍‌କୁ ମହିଳାଙ୍କୁ ଫେରାଇଲା ତିମି, ରିଚ୍ଚା ସେୟାର କଲେ ଘଟଣାର ଭିଡିଓ

aajtak.intoday.in

ନୂଆଦିଲ୍ଲୀ: ଅଭିନେତ୍ରୀ ରିଚ୍ଚା ଚଢ଼ା ନିଜ ସିନେମା ସହିତ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହିଥାଆନ୍ତି। ସେ ନିଜ ବୃତ୍ତିଗତ କାମ ସହିତ ରାଜନୈତିକ ଓ ପର୍ଯ୍ୟାବରଣ ସହିତ ଜଡ଼ିତ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ନିଜର ସୋସିଆଲ ସାଇଟ୍‌ରେ ପୋଷ୍ଟ କରିଥାଆନ୍ତି। ସେ ନିକଟରେ ଏକ ଭିଡିଓ ରିଟୁଇଟ କରିଛନ୍ତି। ଯେଉଁଥିରେ ଏକ ତିମି ମାଛ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ମହିଳାଙ୍କୁ ଫୋନ୍‌ ଫେରାଉ ଥିବା ଦେଖିବାକୁ ମିଳୁଛି।

ଟୁଇଟ ପ୍ରୋଫାଇଲ ସାଇନ୍ସ ଗର୍ଲ ଏହି ଭିଡିଓ ସେୟାର କରିଥିଲେ। ସେ ଏହି ଭିଡିଓ ସେୟାର କରି କ୍ୟାପସନ୍‌ ଲେଖିଥିଲେ, ଏହା ସେହି ମୁହୂର୍ତ୍ତ ଯେତେବେଳେ ଏକ ତିମି ମାଛ ଜଣେ ମହିଳାଙ୍କୁ ଆଇଫୋନ୍‌ ସମୁଦ୍ର ଭିତରୁ ଫେରାଇ ଦେଉଛି। କାରଣ ଏହି ମହିଳା ଜଣକ ଭୁଲରେ ନିଜର ଫୋନ୍‌କୁ ପାଣି ଭିତରେ ଖସାଇ ଦେଇଥିଲେ। ଏହି ଘଟଣା ନରେଓ୍ଵର ହେମରଫେଷ୍ଟ ହାର୍ବରରେ ଘଟିଛି।

ଦୁଇଜଣ ଷ୍ଟୁଡେଣ୍ଟ ଏହି ଫ୍ରେଣ୍ଡଲି ତିମିକୁ ଦେଖିବାକୁ ପହଞ୍ଚିଥିଲେ। ଏହି ସମୟରେ ଜଣଙ୍କ ଆଇଫୋନ୍‌ ଭୁଲରେ ସମୁଦ୍ର ଭିତରକୁ ଖସି ପଡ଼ିଥିଲା। ଫୋନ୍‌ ପାଣିରେ ଖସି ପଡ଼ିବା ଦେଖି ଉକ୍ତ ତିମି କାଳବିଳମ୍ବ ନକରି ସମୁଦ୍ର ଭିତରୁ ଫୋନ୍‌କୁ ମୁହଁରେ ଧରି ନେଇଥିଲା। ଏହାପରେ ଆଶ୍ଚର୍ଯ୍ୟଜନକ ଭାବେ ମହିଳାଙ୍କ ପାଖକୁ ଆସି ଉକ୍ତ ଫୋନ୍‌କୁ ତିମି ଫେରାଇ ଦେଇଥିଲା।

ତେବେ ଏହି ତିମିକୁ ନେଇ ଗୁଜବ ଉଠିଛି କି ଋଷର ନୌସେନା ଟ୍ରେନିଂରୁ ସେ ଖସି ପଳାଇ ଆସିଛି। ଏହି ମାଛକୁ ଋଷର ଗୁଇନ୍ଦା ମାଛ ବୋଲି ବି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe