ଝିଅର ଏହି ନାମ ଦେଇ ଚର୍ଚ୍ଚାରେ ରିଚା- ଅଲି

Advertisment

ଅଲି ଫଜଲ ଏବଂ ରିଚା ଚଢ଼ା ପିତାମାତା ହେବାର ୫ମାସ ହୋଇଗଲାଣି ଏବଂ ବର୍ତ୍ତମାନ ଏହି ଦମ୍ପତି ନିଜ ଝିଅର ନାମ ଜଣାଇଛନ୍ତି | ସେ ତାଙ୍କ ଝିଅର ବହୁତ ସୁନ୍ଦର ନାମ ଦେଇଛନ୍ତି |

ଅଲି ଫଜଲ ଏବଂ ରିଚା ଚଢ଼ା ପିତାମାତା ହେବାର ୫ମାସ ହୋଇଗଲାଣି ଏବଂ ବର୍ତ୍ତମାନ ଏହି ଦମ୍ପତି ନିଜ ଝିଅର ନାମ ଜଣାଇଛନ୍ତି | ସେ ତାଙ୍କ ଝିଅର ବହୁତ ସୁନ୍ଦର ନାମ ଦେଇଛନ୍ତି |

telegraphindia

ମୁମ୍ବାଇ: ବଲିଉଡ ଦମ୍ପତି ଅଲି ଫଜଲ ଏବଂ ରିଚା ଚଢ଼ା ଚଳିତ ବର୍ଷ ଜୁଲାଇ ୨୦ରେ ପିତାମାତା ହୋଇଥିଲେ। ଏହି ଅଭିନେତ୍ରୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଅଲି ଫଜଲ ଏବଂ ରିଚା ଚଢ଼ା ପିତାମାତା ହେବାର ୫ ମାସ ବିତିସାରିଥିବା ବେଳେ ବର୍ତ୍ତମାନ ଏହି ଦମ୍ପତି ନିଜ ଝିଅର ନାମ ସମସ୍ତଙ୍କୁ ଜଣାଇଛନ୍ତି। 

ଭୋଗ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ରିଚା ଚଢ଼ା ଏବଂ ଅଲି ଫଜଲ ନିଜ ଝିଅର ନାମ ପ୍ରକାଶ କରିଛନ୍ତି। ଏହି ଦମ୍ପତି ସେମାନଙ୍କ ଝିଅର ନାମ 'ଜୁନୈରା ଇଦା ଫଜଲ' ରଖିଥିବା ଜଣାଇଛନ୍ତି। ଅଲି ଫଜଲ କହିଛନ୍ତି ଯେ- 'ପିଲାଟିଏ ଆସିବା ପରେ ଜୀବନରେ ଥିବା ଶୂନ୍ୟସ୍ଥାନ ପୂରଣ ହୋଇଯାଏ ବୋଲି ଜାଣିନଥିଲି | ହେଲେ ବର୍ତ୍ତମାନ କାମ କରିବା ବହୁତ କଷ୍ଟକର | ମୁଁ ଘରୁ ବାହାରକୁ ଯିବାବେଳେ ମୋ ଝିଅ କଥା ଭାବି ଚିନ୍ତିତ ହୋଇଯାଏ। କାରଣ ମୁଁ କେବଳ ମୋ ଝିଅକୁ ଦେଖିବାକୁ ଚାହେଁ । ରିଚା ଏବଂ ଝିଅ ପାଖରେ ରହିବାକୁ ଚାହେଁ |

ତେବେ ଅଲି ଏବଂ ରିଚାଙ୍କ ଝିଅର ନାମ ଆରବୀୟ ଶବ୍ଦ 'ଜୁନୈରା' ଏବଂ ଗ୍ରୀକ୍ ଶବ୍ଦ 'ଇଦା'କୁ ନେଇ ଦିଆଯାଇଛି | 'ଜୁନୈରା' ଅର୍ଥ ହେଉଛି 'ଆଲୋକ ଯାହା ରାସ୍ତା ଦେଖାଏ' ଏବଂ 'ଇଦାର' ଅର୍ଥ ହେଉଛି 'ଯିଏ ବହୁତ ପରିଶ୍ରମ କରେ' | ତେବେ ପୂରା ନାମ 'ଜୁନୈରା ଇଦା ଫଜଲ' ହୋଇଥିଲେ ବି ଏହି ଦମ୍ପତି ସ୍ନେହରେ ନିଜ ଝିଅକୁ 'ଜୁନି' ବୋଲି ଡାକନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe