ମୁମ୍ବାଇ: ଶିଶୁକନ୍ୟାର ମାତାପିତା ହେଲେ ବଲିଉଡ ଦମ୍ପତ୍ତି ରିଚା ଚଢ଼ା ଓ ଅଲୀ ଫଜଲ। ଜୁଲାଇ ୧୬ରେ ଦୁହେଁ ମାତାପିତା ହୋଇଥିବା ବେଳେ ଏବେ ସେମାନେ ଏହି ଖବର ନିଜ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଦୁହେଁ ଏହି ଖବର ସେୟାର କରିବା ପରେ ଏବେ ସେମାନଙ୍କ ପ୍ରଶଂସକ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।
ରିଚା ଓ ଅଲୀ ଏକ ବିବୃତ୍ତି ଜାରି କରି ଲେଖିଛନ୍ତି ଯେ, ୧୬.୦୭.୨୪ରେ ଏକ ସୁସ୍ଥ ଶିଶୁକନ୍ୟାର ଆଗମନ ବିଷୟରେ ଘୋଷଣା କରି ଆମେ ବହୁତ ଖୁସି! ଆମ ପରିବାର ଆନନ୍ଦିତ ଏବଂ ଆମେ ଆମର ଶୁଭେଚ୍ଛୁମାନଙ୍କୁ ସେମାନଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଉଛୁ। ”
କିଛି ଦିନ ପୂର୍ବରୁ ରିଚା ନିଜର କିଛି ଫଟୋ ସେୟାର କରିଥିଲେ। ଫଟୋରେ ତାଙ୍କର ବେବି ବମ୍ପ ସ୍ପଷ୍ଟ ଦିଶୁଥିଲା। ଫଟୋ ସେୟାର କରି ତାଙ୍କୁ ତାଙ୍କ ଗର୍ଭାବସ୍ଥାରେ ସାହାଯ୍ୟ କରିଥିବାରୁ ସ୍ବାମୀ ଅଲୀ ଫଜଲଙ୍କୁ ଧନ୍ୟବାଦ ଜଣାଇଥିଲେ ରିଚା।
ଉଲ୍ଲେଖଯୋଗ୍ୟ, ରିଚା ଓ ଅଲୀ ୨୦୨୨ରେ ବିବାହ କରିଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ରିଚା ଗର୍ଭବତୀ ଥିବା ବିଷୟରେ ନିଜ ପ୍ରଶଂସକଙ୍କୁ ଜଣାଇଥିଲେ।
Follow Us