ମୁମ୍ବାଇ: ଅଳ୍ପକେ ବର୍ତ୍ତିଲେ ବଲିଉଡ ଅଭିନେତା ରଣବୀର କପୁରଙ୍କ ଭଉଣୀଙ୍କ ଉଭଣୀ ରିଦ୍ଧିମା କପୁର ସହନୀ। ଦିଲ୍ଲୀରୁ ମୁମ୍ବାଇ ଆସୁଥିବା ବେଳେ ବିମାନ ଦେଖାଗଲା ତ୍ରୁଟି। ଅବତରଣ ପରେ ପୁଣି ଥରେ ଉଡ଼ିବାକୁ ଲାଗିଲା ବିମାନ। ଅଟକି ଯାଇଥିଲା ନିଶ୍ବାସ। ଆଖି ଆଗରେ ନାଚି ଉଠିଲା ନିକଟରେ ଘଟିଥିବା ବିମାନ ଦୁର୍ଘଟଣାର ଦୃଶ୍ୟ। କିଛି ସମୟ ପାଇଁ ରିଦ୍ଧିମା ଡରିଯାଇଥିବା ବେଳେ ସାଙ୍ଗରେ ଝିଅ ଥିବାରୁ ସେ ନିଜ ଡର ଦେଖାଇ ନଥିବା କହିଛନ୍ତି। ଇନଷ୍ଟା ପୋଷ୍ଟ ମାଧ୍ୟମରେ ସେ ଏହି ଘଟଣା ବିଷୟରେ ସେୟାର କରିଛନ୍ତି। କେବଳ ରିଦ୍ଧିମା ନୁହନ୍ତି, ସେହି ବିମାନରେ ବଲିଉଡ ଅଭିନେତା ଅନୁପମ ଖେର ଏବଂ ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେ ମଧ୍ୟ ଥିଲେ ବୋଲି ଜଣାଯାଇଛି। ଅନୁପମ ଖେର୍ ମଧ୍ୟ ବିମାନରେ ଘଟିଥିବା ଘଟଣା ବିଷୟରେ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ପ୍ରସିଦ୍ଧ ଅଳଙ୍କାର ଡିଜାଇନର ତଥା ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ସହନୀ ତାଙ୍କ ୧୪ ବର୍ଷର ଝିଅ ସମାରା ସହନୀଙ୍କ ସହିତ ନଭେମ୍ବର ୧୮ ତାରିଖରେ ବିମାନରେ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିବା ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। କିପରି ଅବତରଣ ବେଳେ ବିମାନର ଚକ ଭୂମିରେ ଲାଗିବା ପରେ ପୁଣି ବିମାନଟି ଉଡାଣ କରିଥିଲା, ତାହା ଜଣାଇଛନ୍ତି ରିଦ୍ଧିମା।
/sambad/media/post_attachments/aajtak/styles/medium_crop_simple/public/images/story/202511/3_0-451470.jpg)
କିଛି ସମୟ ପାଇଁ ଆମ ନିଶ୍ବାସ ବନ୍ଦ ହୋଇଯାଇଥିଲା: ରିଦ୍ଧିମା
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଘଟଣା ବିଷୟରେ ଜଣାଇ ଲେଖିଛନ୍ତି ଯେ, "ଆଜି, ମୁଁ ଏବଂ ମୋ ଝିଅ ଏପରି ଏକ ମୁହୂର୍ତ୍ତର ସାମ୍ନା କଲୁ ଯାହାକୁ ମୁଁ କେବେ ଭୁଲିପାରିବି ନାହିଁ। ଆମର ବିମାନ ଭୂମିକୁ ଛୁଇଁଲା ଏବଂ ତା'ପରେ ହଠାତ୍ ଆକାଶକୁ ଉଠିଗଲା। ସେହି କିଛି ସେକେଣ୍ଡ ପାଇଁ, ଆମ ଉଭୟଙ୍କ ହୃଦ୍ ସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ମୁଁ ଝିଅ ହାତକୁ ଖୁବ ଜୋରରେ ଜାବୁଡ଼ି ଧରିଲି। କ’ଣ ହେବ ବୋଲି ଭାବି ସେ ମୋ ଆଡ଼କୁ ଡର ଡର ଆଖିରେ ଚାହିଁଲେ। ଝିଅର ଡର କମ କରିବା ପାଇଁ ମୁଁ ନିଜକୁ ଦୃଢ଼ କଲି ଏବଂ ନିଜକୁ ଶାନ୍ତ କଲି। ଏପରି ଅଭିଜ୍ଞତା ଆପଣଙ୍କ ହୃଦୟକୁ ଥରାଇ ଦିଏ। କିନ୍ତୁ ଏହା ମଧ୍ୟ ମନେ ପକାଇଦିଏ ଯେ ଜୀବନ କେତେ ମୂଲ୍ୟବାନ।"
ଆହୁରି ପଢ଼ନ୍ତୁ: Jaish's Fidayeen Squad: ଭାରତ ବିପକ୍ଷରେ ଜୈସ୍ର 'ଫିଦାୟିନ ସ୍କ୍ୱାଡ୍': ମହିଳାଙ୍କୁ ଅନଲାଇନରେ ଆତଙ୍କବାଦୀ ତାଲିମ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/19/riddhima-kapoor-2025-11-19-13-38-03.jpg)