ବଲିଉଡ ଭାରତର ଭାବମୂର୍ତ୍ତି ଖରାପ କରୁଛି: ଋଷବ ସେଟ୍ଟୀ

Advertisment
ବଲିଉଡ ଭାରତର ଭାବମୂର୍ତ୍ତି ଖରାପ କରୁଛି: ଋଷବ ସେଟ୍ଟୀ

ନୂଆଦିଲ୍ଲୀ: କିଛି ଦିନ ତଳେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଗତ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେତାଙ୍କ ନାମ ଘୋଷଣା କରିଥିଲେ। ଶ୍ରେଷ୍ଠ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାମ ସାମ୍ନାକୁ ଆସିଥିଲ‌ା।

ଫିଲ୍ମ 'କାନ୍ତାରା' ପାଇଁ ଋଷବ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିବ ବୋଲି ଘୋଷଣା କରାଯିବା ପରେ ଏବେ ଖୁସି ଅଛନ୍ତି ଋଷବ। ଏହି ଘୋଷଣା ପରେ ସେ ଅନେକ ସାକ୍ଷାତକାରରେ ନଜର ଆସୁଛନ୍ତି। ‌ଏବେ ସେ ଦେଇଥିବା ଏକ ସାକ୍ଷାତକାରର ଭିଡିଓ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ ବଲିଉଡକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି।

ସାକ୍ଷାତକାରରେ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବଲିଉଡ ଭାରତକୁ ଯେଉଁଭଳି ଭାବେ ଉପସ୍ଥାପନ କରୁଛି ତାକୁ ସମାଲୋଚନା କରିଛନ୍ତି ଋଷବ। ନିଜର ଅସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି ଯେ ବଲିଉଡ ଚଳଚ୍ଚିତ୍ରଗୁଡ଼ିକ ଭାରତର ଭାବମୂର୍ତ୍ତିକୁ ବିଶ୍ୱ ସ୍ତରରେ ନକାରାତ୍ମକ ଭାବରେ ଉପସ୍ଥାପନ କରିଥାଏ। ଭାରତୀୟ ଚଳଚ୍ଚିତ୍ର, ବିଶେଷକରି ବଲିଉଡ, ଭାରତକୁ ଖରାପ ଭାବେ ଉପସ୍ଥାପନ କରୁଛି। କଳା ଚଳଚ୍ଚିତ୍ରଗୁଡିକୁ ବିଶ୍ବ ସ୍ତରୀୟ ଇଭେଣ୍ଟକୁ ଆମନ୍ତ୍ରିତ କରାଯାଇ ଏକ ରେଡ୍ କାର୍ପେଟ୍ ଦିଆଯାଏ। ମୋର ଦେଶ, ମୋ ରାଜ୍ୟ, ମୋ ଭାଷା, ମୋର ଗର୍ବ। ବିଶ୍ବ ସ୍ତରରେ ଏହାକୁ ସକାରାତ୍ମକ ଭାବରେ କାହିଁକି ଦେଖାଯାଇ ପାରିବ ନାହିଁ। ମୁଁ ସବୁବେଳେ ତାହା କରିବାକୁ ଚେଷ୍ଟା କରେ। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe