ରିଲିଜ୍ ହେଲା 'କାନ୍ତାରା-୨'ର ଟିଜର, ରକ୍ତରେ ଜୁଡ଼ୁବୁଡୁ ‌ହୋଇ ହାତରେ ତ୍ରିଶୂଳ ଧରିଲେ ଋଷବ

Advertisment
ରିଲିଜ୍ ହେଲା 'କାନ୍ତାରା-୨'ର ଟିଜର, ରକ୍ତରେ ଜୁଡ଼ୁବୁଡୁ ‌ହୋଇ ହାତରେ ତ୍ରିଶୂଳ ଧରିଲେ ଋଷବ

ମୁମ୍ବାଇ: ରିଲିଜ୍ ହେଲା 'କାନ୍ତାରା-୨'ର ଟିଜର। ରକ୍ତରେ ଜୁଡ଼ୁବୁଡୁ ‌ହୋଇ ହାତରେ ତ୍ରିଶୂଳ ଧରିଲେ ଅଭିନେତା ଋଷବ ସେଟ୍ଟୀ। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ଗୋଟିଏ ଭାଗ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା। ଫିଲ୍ମର ବଜେଟ ମାତ୍ର ୧୬କୋଟି ଟଙ୍କା ଥିବା ବେଳେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୪୦୦କୋଟି ଟଙ୍କାର ବ୍ୟବସାୟ କରିଥିଲା। ଫିଲ୍ମକୁ ମିଳିଥିବା ସଫଳତାକୁ ଦେଖି ନିର୍ମାତାମାନେ ଫିଲ୍ମର ଆଉ ଏକ ଭାଗ ନିର୍ମାଣ ନେଇ ଘୋଷଣା କରିଥିଲେ। ଅନେକ ଦିନରୁ ଦର୍ଶକ ଏହାର ଅପେକ୍ଷା କରିଥିବା ବେଳେ ଆଜି 'କାନ୍ତାରା-୨'ର ପ୍ରଥମ ଲୁକ୍ ରିଲିଜ୍ ହୋଇଛି।

'କାନ୍ତାରା ଚାପ୍ଟର-୧' ହେଉଛି ଏକ ପ୍ରିକ୍ୱେଲ୍। ଅର୍ଥାତ୍, ଫିଲ୍ମର ପ୍ରଥମ ଭାଗରେ ଦର୍ଶକ ଯାହା ଦେଖିଥିଲେ, ତା’ ପୂର୍ବରୁ କ’ଣ ସବୁ ଘଟିଥିଲା, ତାହା ଚାପ୍ଟର-୧ରେ ଦେଖିବେ ଦର୍ଶକ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ କର୍ଣ୍ଣାଟକର କୁଣ୍ଡାପୁରାର ଏକ ପ୍ରାଚୀନ ମନ୍ଦିରରେ 'କାନ୍ତାରା ଚାପ୍ଟର-୧' ର ପ୍ରଥମ ଲୁକ୍ ରିଲିଜ୍ କରିଥିଲେ।

କୁହାଯାଉଛି ଯେ 'କାନ୍ତାରା ଚାପ୍ଟର-୧'ର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ। ଫିଲ୍ମକୁ ଏକ ବଡ଼ ଆକାରରେ ନିର୍ମାଣ କରିବାକୁ ପ୍ରସ୍ତୁତି ଚାଲିଛି ଏବଂ ଏଥର ବଜେଟ୍ ମଧ୍ୟ ଅଧିକ ରହିବ। ତିନିଟି ପର୍ଯ୍ୟାୟରେ ଏହାର ସୁଟିଂ କରାଯିବ ବୋଲି କୁହାଯାଉଛି, ଯାହା ୨୦୨୪ସୁଦ୍ଧା ଶେଷ ହେବ। ଏଥର ମଧ୍ୟ ନିର୍ଦ୍ଦେଶନା ଦାୟିତ୍ୱ ଋଷଭ ସେଟ୍ଟୀଙ୍କ ହାତରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe