ଏଥର ଉର୍ବଶୀ ନୁହଁନ୍ତି, ଈଶାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ ପରେ ଚର୍ଚ୍ଚାରେ ଋଷଭ ପନ୍ଥ; ପ୍ରଶଂସକ ପଚାରିଲେ ବିବାହ କେବେ?

ଏଥର ଉର୍ବଶୀ ନୁହଁନ୍ତି, ଈଶାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ ପରେ ଚର୍ଚ୍ଚାରେ ଋଷଭ ପନ୍ଥ; ପ୍ରଶଂସକ ପଚାରିଲେ ବିବାହ କେବେ?

ମୁମ୍ବାଇ: କାର୍‌ ଦୁର୍ଘଟଣା ପରେ କ୍ରିକେଟ୍‌ରୁ ଦୂରରେ ଅଛନ୍ତି ଭାରତୀୟ କ୍ରିକେଟ୍‌ ତାରକା ଋଷଭ ପନ୍ଥ। ତେବେ ସୋସିଆଲ୍‌ ମିଡିଆରେ କିନ୍ତୁ ତାଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନାହିଁ। ଅଧିକାଂଶ ସମୟରେ ସେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଉର୍ବଶୀ କିଛି ବି ପୋ‌ଷ୍ଟ୍‌ କଲେ ଲୋକେ ଋଷଭକୁ ଯୋଡ଼ିକରି କମେଣ୍ଟ୍‌ ଦିଅନ୍ତି।

ଏବେ କିନ୍ତୁ ଋଷଭ ଉର୍ବଶୀଙ୍କ ପାଇଁ ନୁହେଁ, ତାଙ୍କ ପ୍ରେମିକା ଈଶା ନେଗିଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ଉର୍ବଶୀଙ୍କ ସହ ବ୍ରେକ୍‌-ଅପ୍‌ ହୋଇ ସାରିଥିବା ବେଳେ ଈଶାଙ୍କୁ ନେଇ ଅନେକ ସମୟରେ ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ କରିଛନ୍ତି।

ନିକଟରେ ଈଶା ତାଙ୍କର ଏକ ଫଟୋ ପୋଷ୍ଟ୍‌ କରିବା ପରେ ପ୍ରଶଂସକମାନେ ତାଙ୍କୁ ବିବାହ କେବେ କରିବ ବୋଲି ପ୍ରଶ୍ନ କରିଛନ୍ତି। ଜଣେ ପ୍ରଶଂସକ କମେଣ୍ଟ୍‌ କରି ଲେଖିଛନ୍ତି, ‘ଋଷଭ ଭାଇ ଓ ଆପଣ କେବେ ବିବାହ କରିବେ?’

ଈଶା ତାଙ୍କ ବେକରେ ଏକ ରୁପାର ଚେନ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି। ଏପରି ଏକ ଚେନ୍‌ ଋଷଭଙ୍କ ବେକରେ ବି ଆପଣ ଦେଖିଥିବେ। ସେହି କାରଣରୁ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଏହି ଚେନ୍‌ ଋଷଭ ପନ୍ଥ ଆପଣଙ୍କୁ ଦେଇ ଦେଇଛନ୍ତି କି?’ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଋଷଭ ଭାଇ କିପରି ଅଛନ୍ତି?’

ଆପଣ ଜାଣିଥିବେ ନିଶ୍ଚୟ ପନ୍ଥ ଓ ଈଶା ଦୀର୍ଘ ଦିନ‌ ହେବ ପରସ୍ପରଙ୍କୁ ଡେଟ୍‌ କରୁଛନ୍ତି। ସେମାନେ ୨୦୧୯ ମସିହା‌ରୁ ସଂପର୍କରେ ଅଛନ୍ତି। ଈଶା ନେଗି ‌ଜଣେ ସୋସିଆଲ୍‌ ମିଡିଆ ଫିଗର୍‌। ତାଙ୍କ ଇନ୍‌ଷ୍ଟା ପ୍ରୋଫାଇଲ୍‌ ମୁତାବକ ସେ ଜଣେ ଇଣ୍ଟେରିୟର୍‌ ଡିଜାଇନର୍‌।

ତେବେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଅଧିକାଂଶ ସମୟରେ ଉର୍ବଶୀଙ୍କୁ ଚିଡ଼େଇଲା ପରି କମେଣ୍ଟ୍‌ ଦେଉଥିବା ବେଳେ ଈଶାଙ୍କୁ ଋଷଭଙ୍କ ସହ ଦେଖିବାକୁ ଚାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପ୍ରଶଂସକ ଈଶାଙ୍କୁ ଋଷଭଙ୍କ ସହ ବେଶି ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe