ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ରାଜୀବ କପୁରଙ୍କର ମଙ୍ଗଳବାର ୫୮ ବର୍ଷ ବୟସରେ ପରଲୋକ ହୋଇଛି। ଭାରତୀୟ ସିନେମାର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ କନିଷ୍ଠ ପୁତ୍ର ତଥା ଲୋକପ୍ରିୟ ବଲିଉଡ୍ ଅଭିନେତା ଋଷି କପୁର ଓ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ରାଜ କପୁରଙ୍କ ନିର୍ଦ୍ଦେଶିତ ‘ରାମ ତୈରୀ ଗଙ୍ଗା ମୈଲୀ’ରେ ନାୟକ ଭାବେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ତାଙ୍କର ଅକାଳ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ପ୍ରଖ୍ୟାତ ଚଳଚ୍ଚିତ୍ର ସମୀକ୍ଷକ ତଥା ବାଣିଜ୍ୟ ବିଶ୍ଳେଷକ କୋମଲ ନହଟା ଟ୍ୱିଟରରେ ଶୋକ ପ୍ରକାଶ କରିଛନ୍ତି।
ତେବେ ତାଙ୍କ ପରିବାର ପକ୍ଷରୁ ତାଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ। ରାଜୀବଙ୍କ ପ୍ରଶଂସକ ଓ ବଲିଉଡ୍ କଳାକାରମାନେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ସୋସିଆଲ୍ ସାଇଟ୍ରେ ନିଜର ଦୁଃଖ ପ୍ରକାଶ କରିଛନ୍ତି।
ସେ ୧୯୮୩ ମସିହାରେ ‘ଏକ୍ ଜାନ୍ ହୈ ହମ୍’ ଚଳଚ୍ଚିତ୍ରରୁ ନିଜର ବଲିଉଡ୍ ଡେବ୍ୟୁ କରିଥିଲେ। ୧୯୮୫ ମସିହାରେ ବାପା ସୋ’ମ୍ୟାନ୍ ରାଜ୍ କପୁରଙ୍କ ନିର୍ଦ୍ଦେଶିତ ମ୍ୟୁଜିକାଲ୍ ‘ରାମ ତୈରୀ ଗଙ୍ଗା ମୈଲୀ’ରେ ମଧ୍ୟ ସେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।
ଏହାବ୍ୟତୀତ ସେ ଆସାମ, ବୟ, ଜବର୍ଦସ୍ତ, ହମ୍ ତୋ ଚଲେ ପରଦେଶ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ଶେଷ ଥର ପାଇଁ ୧୯୯୦ ମସିହାରେ ‘ଜିମ୍ମେଦାର’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ତା’ପରେ ସେ ନିର୍ଦ୍ଦେଶନାକୁ ବାଛିଥିଲେ। ସେ ଋଷି କପୁର ଓ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ପ୍ରେମଗ୍ରନ୍ଥ’ର ନିର୍ଦ୍ଦେଶନା ଦେଇଥିଲେ।
Follow Us