ସାମ୍ବାଦିକଙ୍କ ଉପରେ ରାଗିଗଲେ ଋଷି କପୁର୍‌!କହିଲେ ମାରିଦେବି!

Advertisment
ସାମ୍ବାଦିକଙ୍କ ଉପରେ ରାଗିଗଲେ ଋଷି କପୁର୍‌!କହିଲେ ମାରିଦେବି!

ସର୍ବଦା ନିଜକୁ ବଲିଉଡ଼୍‍ ଏବଂ ଟ୍ଵିଟର୍‌ ଦୁନିଆର ସବୁଠୁ ବଡ଼ ଗୁଣ୍ଡା କହୁଥିବା ବଲିଉଡ଼୍‍ର ବରିଷ୍ଠ ଅଭିନେତା ଋଷି କପୁର୍‌ଙ୍କ ରାଗ ପୁଣିଥରେ ସାମ୍ନାକୁ ଆସିଛି।ଆଉ ଏଥରକ ସେ ଏକ ଇଭେଣ୍ଟ୍‌ରେ ମିଡ଼ିଆକୁ ଦେଖିବା ମାତ୍ରକେ ରାଗରେ ସାମ୍ବାଦିକଙ୍କୁ ଗାଳି ଦେଇଛନ୍ତି।

ତେବେ କଥା କ’ଣ କି କିଛିଦିନ ପୂର୍ବରୁ ଋଷିଙ୍କ ସୁପୁତ୍ର ତଥା ହ୍ୟାଣ୍ଡ୍‌ସମ୍‌ ଅଭିନେତା ରଣବୀର୍‌ କପୁର୍‌ ଓ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌ଙ୍କ ସହିତ ସିଗାରେଟ୍‌ ଟାଣୁ ଥିବାର ଦୃଶ୍ୟଟି ମିଡ଼ିଆରେ ପ୍ରସାରିତ ହେବାପରଠୁ ମିଡ଼ିଆ ଉପରେ ଋଷିଙ୍କର ରାଗ କାହିଁରେ କ’ଣ!ଯେଉଁ କାରଣକୁ ନେଇ ଋଷି ଯେତେବେଳେ ଏକ ଇଭେଣ୍ଟ୍‌ରେ ମିଡ଼ିଆକୁ ଦେଖିଲେ ,ସେତେବେଳେ ସେ ମିଡ଼ିଆବାଲାଙ୍କ ଉପରେ ଜମେଇକି ବର୍ଷିଲେ। କାହିଁକିନା ତାଙ୍କ ମନରେ ଡ଼ର ଥିଲା କି କାଳେ ପୁଣିଥରେ ତାଙ୍କୁ ପୁଅ ରଣବୀର୍‌ଙ୍କ ସେହି ଫଟୋ ବିଷୟରେ ପ୍ରଶ୍ନ କରାଯିବ।

ଫଳରେ ପ୍ରଥମରୁ ହିଁ ଋଷି ମିଡ଼ିଆ ଉପରେ ରାଗରେ ପଞ୍ଚମ ହୋଇଗଲେ। ଆଉ ତାଙ୍କର ରାଗ ଏପରି ଶୀର୍ଷରେ ପହଁଞ୍ଚିଲା ଯେ,ରାଗରେ ରାଗରେ କହି ପକାଇଲେ ଯେ, ଯଦି ତାଙ୍କୁ କିଏ ଓଲଟା ପାଲଟା ପ୍ରଶ୍ନ ପଚାରିବେ ଋଷି ତାଙ୍କୁ ଜୀବନରୁ ମାରି ଦେବ। ଆଉ ଯଦି ତାଙ୍କୁ କେହି ପଚାରିବାର ଅଛି ତ କେବଳ ଏହି ଇଭେଣ୍ଟ୍‌ ସଂପର୍କୀତ ପ୍ରଶ୍ନ କରନ୍ତୁୁ। ଅନ୍ୟ କୌଣସି ପ୍ରଶ୍ନ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe