କର୍କଟ ପୀଡିତ ଋଷି କପୁର କଲେ ଏଭଳି ଦୁଖଭରା ଟୁଇଟ, ପଚାରିଲେ ମୁଁ ଘରକୁ କେବେ ଯିବି?

Advertisment
କର୍କଟ ପୀଡିତ ଋଷି କପୁର କଲେ ଏଭଳି ଦୁଖଭରା ଟୁଇଟ, ପଚାରିଲେ ମୁଁ ଘରକୁ କେବେ ଯିବି?

Times Now

ମୁମ୍ବାଇ: ଋଷି କପୁର ଗତକିଛି ଦିନ ହେବ ନ୍ୟୁୟର୍କରେ କର୍କଟ ଚିକିତ୍ସା କରାଉଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ସହିତ ତାଙ୍କ ପତ୍ନୀ ନୀତୁ କପୁର ଉପସ୍ଥିତ ଅଛନ୍ତି। ଏଥିସହିତ ରଣବୀର କପୁର ବି ସମୟସମୟରେ ନିଜ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ଓ ତାଙ୍କ ସହିତ ସମୟ କାଟିବା ପାଇଁ ନ୍ୟୁୟର୍କ ଯିବା ଆସିବା କରୁଛନ୍ତି। ଏହି ରୋଗ ହେତୁ ଏତେ ଦିନ ଘର ପରିବାର ଠାରୁ ଦୂରରେ ରହିବା ପରେ ଘରକୁ ଫେରିବାକୁ ଚାହୁଁଛନ୍ତି ଋଷି।

ଋଷି ଟୁଇଟରେ ଏକ ଦୁଃଖ ଭରା ଟୁଇଟ କରି ପଚାରିଥିଲେ, ଆଜି ମୋତେ ନ୍ୟୁୟର୍କକୁ ଆସିବାକୁ ୮ମାସ ବିତି ଯାଇଛି। ମୁଁ ନିଜ ଘରକୁ କେବେ ଯିବି?

publive-image NDTV.com

କର୍କଟ ହେତୁ ଋଷି କପୁର ଡାକ୍ତରଙ୍କ ନୀରିକ୍ଷଣରେ ରହିଛନ୍ତି ଓ ଏମିତିରେ ଏଯାବତ ତାଙ୍କୁ ଭାରତ ଆସିବା ପାଇଁ ପୂରା ଅନୁମତି ମିଳିନାହିଁ। ନିକଟରେ ଋଷିଙ୍କୁ ଭେଟିବାକୁ ପହଞ୍ଚିଥିବା ତାଙ୍କ ଅତି ନିକଟତର ବନ୍ଧୁ ରାହୁଲ ରଓ୍ଵାଲି ନିଜ ଫେସବୁକ୍‌ ପୋଷ୍ଟ ଜରିଆରେ ଲେଖିଛନ୍ତି, ଋଷି ଏବେ କର୍କଟ ମୁକ୍ତ ହୋଇସାରିଛନ୍ତି। ଏବେ ରିକଭରି କରୁଛନ୍ତି। ଏହି ରୋଗ ହେତୁ ଭଗବାନ ତାଙ୍କୁ ଧର୍ଯ୍ୟ ଧରିବା ଶିଖାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe