ଋଷି କପୁରଙ୍କ କେଶ ଧଳା ହେଉଥିବା ଦେଖି ଚିନ୍ତାରେ ପ୍ରଶଂସକ, ଚିନ୍ତା ଦୂର କରିବା ପାଇଁ ଟୁଇଟ୍‌ କରି କାରଣ ଜଣାଇଥିଲେ ଋଷି କପୁର

Advertisment
ଋଷି କପୁରଙ୍କ କେଶ ଧଳା ହେଉଥିବା ଦେଖି ଚିନ୍ତାରେ ପ୍ରଶଂସକ, ଚିନ୍ତା ଦୂର କରିବା ପାଇଁ ଟୁଇଟ୍‌ କରି କାରଣ ଜଣାଇଥିଲେ ଋଷି କପୁର

ମୁମ୍ବାଇ : କିଛି ଦିନ ହେବ ବଲିଉଡ୍‌ କଳାକାରମାନଙ୍କର ଶାରୀରିକ ସମସ୍ୟା ପାଇଁ ସେମାନଙ୍କ ପ୍ରଶଂସକ ଚିନ୍ତିତ ହେଉଥିବା ଦେଖା ଯାଇଛି । ଇର୍‌ଫାନ୍‌ ଖାନ୍‌ ଏବଂ ସୋନଲି ବେନ୍ଦ୍ରେଙ୍କ ଶାରୀରିକ ସମସ୍ୟା ବିଷୟରେ ଜଣା ପଡ଼ିବା ପରେ ଏବେ ଅଭିନେତା ଋଷି କପୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ଘଟଣା ତାଙ୍କ ପ୍ରଶଂସକଙ୍କୁ ଜିନ୍ତାରେ ପକାଇଛି । ଋଷି କପୁରଙ୍କର କେଉଁ ଶାରୀରିକ ସମସ୍ୟା ରହିଛି ତାହା ଜଣା ପଡ଼ି ନଥିବା ବେଳେ ହଠାତ୍‌ ତାଙ୍କ କେଶ ଧଳା ହୋଇଯିବା ଘଟଣା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏବେ ନିଜ ପ୍ରଶଂସକଙ୍କ ମନରୁ ସେ ସବୁ ପ୍ରଶ୍ନକୁ ଦୂର କରିବା ପାଇଁ ଋଷି କପୁର ଏକ ଟୁଇଟ୍‌ କରିଛନ୍ତି । ଯାହା ମାଧ୍ୟମରେ ସେ ନିଜ ଧଳା କେଶ ପଛର କାରଣ ଜଣାଇଛନ୍ତି ।

କରିଥିବା ଟୁଇଟ୍‌ ଅନୁଯାୟୀ, ମୋ କେଶ ଧଳା ହେବା ପଛର କାରଣ ହେଉଛି ହନି ତ୍ରେହାନ୍‌ ଏବଂ ସୋନି ପିକ୍‌ଚର୍ସର ପ୍ରଯୋଜନାରେ ନିର୍ମାଣ ହେଉଥିବା ଫିଲ୍ମ । ଏହି ଫିଲ୍ମର ନିର୍ଦ୍ଦେଶନା ହିତେଶ ଭାଟିଆ ଦେଇଥିବା ବେଳେ ମୋ କେଶକୁ ଧଳା ରଙ୍ଗ କରିଛନ୍ତି ଅଓ୍ଵନ କଣ୍ଟ୍ରାକ୍ଟର । ଫିଲ୍ମର ଟାଇଟଲ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନଥିବା ବେଳେ ଆମେରିକାରେ ରହି ନିଜ ଅଜଣା ରୋଗର ଚିକିତ୍ସା କରାଉଛନ୍ତି ଋଷି କପୁର । କେଶ ଧଳା ହେବା ପଛରେ ତାଙ୍କୁ ହୋଇଥିବା ରୋଗର କୌଣସି ହାତ ନାହିଁ ବୋଲି ଋଷି ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe