ଷ୍ଟୋରରେ ୨୭ଲକ୍ଷ ଟଙ୍କାର ଜୋତା ଦେଖି ଚମକି ପଡ଼ିଲେ ଋଷି କପୁର, ଟୁଇଟରରେ କଲେ ଏଭଳି ପୋଷ୍ଟ

Advertisment
ଷ୍ଟୋରରେ ୨୭ଲକ୍ଷ ଟଙ୍କାର ଜୋତା ଦେଖି ଚମକି ପଡ଼ିଲେ ଋଷି କପୁର, ଟୁଇଟରରେ କଲେ ଏଭଳି ପୋଷ୍ଟ

ନୂଆଦିଲ୍ଲୀ: ଯେଉଁମାନଙ୍କର ମହଙ୍ଗା ଜୋତା ପିନ୍ଧିବାର ସଉକ ରଖି ଥାଆନ୍ତି, ସେମାନେ ହଜାର ଟଙ୍କାରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ଜୋତା କିଣିବାକୁ ପଛାନ୍ତି ନାହିଁ। କିନ୍ତୁ ନିକଟରେ ୨୭ଲକ୍ଷ ଟଙ୍କାର ଜୋତା ଦେଖି ଋଷି କପୁର ଚମକି ପଡ଼ିଛନ୍ତି। ନ୍ୟୁୟର୍କରେ କର୍କଟର ଚିକିତ୍ସା କରାଯାଉଥିବା ବଲିଉଡ ଅଭିନେତା ଋଷି କପୁର ଷ୍ଟୋରରେ ୨୭ଲକ୍ଷ ଟଙ୍କାର ଜୋତା ଦେଖି ଆଶ୍ଚର୍ଯ୍ୟ ହୋଇ ଏଭଳି ଟୁଇଟ କରିଛନ୍ତି। ଏହି ଷ୍ଟୋରରେ ୧୨୦୦୦ ଜୋତାର କଲେକ୍‌ସନ୍‌ ରହିଛି, କିନ୍ତୁ ତାଙ୍କ ନଜର ୨୭ଲକ୍ଷ ଟଙ୍କାର ଏହି ଜୋତା ଉପରେ ପଡ଼ିଥିଲା।

ଋଷି ଏହି ଜୋତାର ଫଟୋ ଦେଇ ଏକ ଟୁଇଟ କରିଛନ୍ତି। ତାଙ୍କର ଏହି ଟୁଇଟ ଦେଖୁ ଦେଖୁ ଭାଇରାଲ ହୋଇ ଯାଇଥିଲା। ଋଷିଙ୍କ ଟୁଇଟ ମୁତାବକ ଏହି ଜୋତାର ଆରମ୍ଭ ମୂଲ୍ୟ ୫୦୦୦ଡଲାର ଅର୍ଥାତ ୩.୪ ଲକ୍ଷ ଟଙ୍କାରୁ ହୋଇ ୪୦ ହଜାର ଡଲାର ଅର୍ଥାତ୍‌ ୨୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଏହି ଜୋତା ମୂଲ୍ୟକୁ ଦେଖି ସେ କହିଛନ୍ତି, ଜୋତା ସୁନାର ହେଉ ଅବା ରୂପାର ପିନ୍ଧା ତ ପାଦରେ ହିଁ ଯିବ। ୨୭ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ଜୋତା ପାଗଳପଣ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe