Geo.tv
ମୁମ୍ବାଇ : ବଲିଉଡ୍ ଅଭିନେତା ଋଷି କପୁର ଏବେ ନ୍ୟୁୟର୍କରେ ରହି ନିଜର ଚିକିତ୍ସା କରାଉଥିବା ବେଳେ ଭାରତ ବିଷୟରେ ମଧ୍ୟ ଟିକିନିକି ଖବର ରଖିଥିବା ଜଣା ପଡ଼ିଛି । ନିର୍ବାଚନର ଫଳାଫଳ ଆସିବା ପରେ ଋଷି କପୁର ପ୍ରଧାନମନ୍ତ୍ରୀ ମୋଦୀ, ସ୍ମୃତି ଇରାନୀ ଏବଂ ଅରୁଣ ଜେଟ୍ଲୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ନାଗରିକମାନଙ୍କ ପାଇଁ ରୋଜଗାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧା ଉପରେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି । ଅନେକ ଟୁଇଟ୍ କରି ନିଜର ଚିନ୍ତା ଜାହିର କରିଛନ୍ତି ଋଷି କପୁର ।
ନିଜ ଟୁଇଟ୍ରେ, ପୁଣି ଥରେ ନିର୍ବାଚିତ ହୋଇଥିବା ବିଜେପି, ଅରୁଣ ଜେଟ୍ଲୀ, ସ୍ମୃତି ଇରାନୀ ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୋର ବିନମ୍ର ଅନୁରୋଧ, ଦୟାକରି ଭାରତରେ ନିଶୁଳ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପେନ୍ସନ ପାଇଁ କାମ କରନ୍ତୁ । ଏହା କଷ୍ଟ କିନ୍ତୁ ଆଜିଠାରୁ ଆରମ୍ଭ କଲେ ଆମେ ଏହାକୁ ଆଗାମୀ ଦିନରେ ହାସିଲ କରିନେବା ବୋଲି ଲେଖିଛନ୍ତି ଋଷି କପୁର ।
Follow Us