ମରିବା ପୂର୍ବରୁ ପାକିସ୍ତାନରେ ଥିବା ନିଜ ଘର ଦେଖିବାକୁ ଇଚ୍ଛା: ଋଷି କପୁର

Advertisment
ମରିବା ପୂର୍ବରୁ ପାକିସ୍ତାନରେ ଥିବା ନିଜ ଘର ଦେଖିବାକୁ ଇଚ୍ଛା: ଋଷି କପୁର

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ କଳାକାର ଋଷି କପୁର ଏକ ଟୁଇଟ ଜରିଆରେ ନିଜ ଇଚ୍ଛା ପ୍ରକାଶ କରିଛନ୍ତି । ୬୫ ବର୍ଷ ବୟସ୍କ ଋଷି ଟ୍ଵିଇଟ କରିଛନ୍ତି ,"ମୁଁ ମରିବା ପୂର୍ବରୁ ଥରୁଟିଏ ପାକିସ୍ତାନ ଦେଖିବାକୁ ଚାହେଁ। ମୋ ଆଶା ମୋ ଛୁଆମାନେ ଆମ ପରିବାରର ମୂଳଦୁଆ ଦେଖନ୍ତୁ। ଦୟାକରି କିଏ ଏହାକୁ ସଫଳ କରିଦିଅନ୍ତୁ "।

ଏଠାରେ ଜଣାଇ ଦେଉଛୁ କି, ଋଷି କପୁରଙ୍କର ପେସଓ୍ଵା ପାକିସ୍ତାନଠାରେ ଏକ ଘର ରହିଛି । ଏହା ୧୯୧୮ ରୁ ୧୯୨୨ ମଧ୍ୟରେ ଦିଓ୍ଵାନ ବାସେସ୍ୱରନାଥ କପୁରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ୧୯୪୭ ମସିହାର ଭାରତ ପାକିସ୍ତାନ ବିଭକ୍ତ ସମୟରେ କପୁର ପରିବାର ଭାରତକୁ ପଳାଇ ଆସିଥିଲେ କିନ୍ତୁ ଏବେ ମଧ୍ୟ ପାକିସ୍ତାନରେ ତାଙ୍କର ସେହି ପୁରତାନ ଘର ରହିଅଛି। କପୁର ବଂଶରୁ ପ୍ରଥମକରି ଫିଲ୍ମ ଦୁନିଆରେ ପାଦ ରଖିଥିବା ପୃଥୀବିରାଜ କପୁରଙ୍କ ପିତା ସେହି ଘରକୁ ନିର୍ମାଣ କରିଥିଲେ।

ଶନିବାର , ଜମ୍ମୁ-କଶ୍ମୀରର ମୁଖ୍ୟ ମନ୍ତ୍ରୀ ଫାରୁଖ୍‌ ଅବଦୁଲ କହିଥିଲେ, ‘ପାକିସ୍ତାନ ଅଧିନରେ ଥିବା ଇସଲାମାବାଦ କିଛି ବଦଳିବ ନାହିଁ, ସେ ସ୍ୱାଧିନତା ପରେ ଯେପରି ଥିଲା ସେହିପରି ହିଁ ରହିବ।’ ଏହାର ଉତ୍ତରରେ ଋଷି କପୁର କହିଛନ୍ତି "ଅବଦୁଲାହା ଜୀ ସଲାମ ! ଆପଣ ଠିକ କହିଛନ୍ତି , ଜମ୍ମୁ-କଶ୍ମୀର ଆମ ଦେଶର। ପାକିସ୍ତାନ ଏହାକୁ ସେଠାରେ ଜବରଦସ୍ତ ମାଡ଼ି ବସିଛି। ମୋର ମରିବା ପୂର୍ବରୁ ଥରଟିଏ ପାକିସ୍ତାନ ଦେଖିବାକୁ ଇଚ୍ଛା। ମୋ ଆଶା ମୋ ଛୁଆମାନେ ଆମ ପରିବାରର ମୂଳଦୁଆ ଦେଖନ୍ତୁ। ଦୟାକରି ଏହାକୁ ସମ୍ବବ କରିଦିଅନ୍ତୁ। ଜୟ ମାତା ଦି"।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe