ଋଷି କପୁରଙ୍କୁ କେମିତି ବାହା ହୋଇଥିଲେ ନୀତୁ ସିଂହ ?

Advertisment
ଋଷି କପୁରଙ୍କୁ କେମିତି ବାହା ହୋଇଥିଲେ ନୀତୁ ସିଂହ ?

ମୁମ୍ବାଇ: ଆଜି ହେଉଛି ଲୋକପ୍ରିୟ ଅଭିନେତ୍ରୀ ନୀତୁ ସିଂହଙ୍କ ଜନ୍ମଦିନ। ସେ ଅଭିନେତା ଋଷି କପୁରଙ୍କୁ ବାହା ହୋଇଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି କି ଏମାନଙ୍କର ପ୍ରେମକାହାଣୀ କେତେ ମଜାଦାର! ସୋ’ ମ୍ୟାନ୍‌ ରାଜ କପୁରଙ୍କ ‘ବବି’ ଫିଲ୍ମର ସୁଟିଂ ସେଟ୍‌ରେ ଉଭୟଙ୍କର ପ୍ରଥମ ଦେଖା ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ଋଷି କପୁର ନୀତୁଙ୍କୁ ନିଜର ଦିଲ୍‌ ଦେଇଥିଲେ । ତା’ପରେ ଋଷି ଓ ନୀତୁୁ ଏକାଠି କାମ କରିଥିଲେ ‘ଜହରୀଲା ଇନ୍‌ସାନ୍‌’ଫିଲ୍ମରେ। ଏହି ଫିଲ୍ମର ସୁଟିଂ ସେଟ୍‌ରେ ଋଷି କପୁର ନୀତୁ ସିଂହଙ୍କ ସଂପର୍କ ଆଗକୁ ଯାଇଥିଲା । ‘ଜହରୀଲା ଇନ୍‌ସାନ୍‌’ର ସୁଟିଂ ଶେଷ କରି ଋଷି କପୁର ବିଦେଶ ଚାଲି ଯାଇଥିଲେ। ସେଠାରୁ ସେ ନୀତୁ ସିଂହଙ୍କୁ ଟେଲିଗ୍ରାମ ପଠାଇଥିଲେ। ସେ ସେଥିରେ ଜଣାଇଥିଲେ ‘ୟେ ସିଖ୍‌ଡି ବଡ଼ିୟାଦ୍‌ ଆତି ହେ’।

publive-image

ଏହି ଟେଲିଗ୍ରାମ ପାଇବାପରେ ନୀତୁ ବି ଋଷିଙ୍କ ଆଡକୁ ଢ଼ଳିଥିଲେ। ବିଦେଶରୁ ଫେରିବାପରେ ଦୁହେଁ ବାହାହେବାର ନିଷ୍ପତ୍ତି ନେଇଥିଲେ। ନୀତୁ ସିଂହ ମାତ୍ର ୨୧ ବର୍ଷ ବୟସରେ ବାହା ହୋଇଥିଲେ। ବିବାହ ପରେ ସେ ଅଭିନୟ ଛାଡିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe