ଅନ୍ତସତ୍ତ୍ବା ଅବସ୍ଥାରେ ନଜର ଆସିଲେ ରିତେଶ

Advertisment
ଅନ୍ତସତ୍ତ୍ବା ଅବସ୍ଥାରେ ନଜର ଆସିଲେ ରିତେଶ

ମୁମ୍ବାଇ: ରିତେଶ ଦେଶମୁଖ ତାଙ୍କ ଭିନ୍ନ ଚରିତ୍ର ପାଇଁ ଜଣାଶୁଣା । ତାଙ୍କର କାମ ହେଉଛି ତାଙ୍କର ପରିଚୟ । କମେଡି ଦୁନିଆରେ ସେ ବହୁତ ପ୍ରଶଂସା ସାଉଁଟିଛନ୍ତି। ରିତେଶ ସବୁବେଳେ କିଛି ନୂଆ ଏବଂ ଭିନ୍ନ କାମ କରି ଚର୍ଚ୍ଚାିରେ ରହିଥାଆନ୍ତି। ଗତ କିଛି ଦିନ ହେବ ରିତେଶ ସୋସିଆଲ ମିଡିଆରେ ଜେନେଲିଆଙ୍କ ସହ ପ୍ରଶଂସକଙ୍କୁ ଏକ ସୂଚନା ଦେଇଥିଲେ କି  କିଛି ଭଲ ଖବର ଆସିବାକୁ ଯାଉଛି। କିନ୍ତୁ ଲୋକମାନେ ଆଶା କରି ନଥିଲେ କି ଏହି ଖୁସି ଖବର ଏକ ଚଳଚ୍ଚିତ୍ର ଭାବେ ଆସିବ। ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ତାଙ୍କ ଆଗାମୀ ଚଳଚ୍ଚିତ୍ର 'ମିଷ୍ଟର ମମି'ର ଘୋଷଣା କରି ପୋଷ୍ଟର ରିଲିଜ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ରିତେଶ ପୁଣିଥରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏଥର ସେ ଜଣେ ଗର୍ଭବତୀ ପିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସହିତ ଜେନେଲିଆ ବି ଗର୍ଭବତୀ ଥିବା ପୋଷ୍ଟରରେ ଦେଖିବାକୁ ମିଳୁଛି। ଟି-ସିରିଜ ବ୍ୟାନରରେ ତିଆରି ହେବାକୁ ଯାଉଥିବା ଏହି ସିନେମାରେ କମେଡି, ଡ୍ରାମା, ଟ୍ୱିଷ୍ଟ ଏବଂ ଇମୋସନ୍ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଶାଦ ଅଲ୍ଲି ଅଛନ୍ତି। ଭୂଷଣ କୁମାର, କୃଷ୍ଣ କୁମାର, ଶାଦ ଅଲ୍ଲି ଏବଂ ଶିବ ଅନଙ୍ଗ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe