ଆବ୍ରାହମ୍‌ଙ୍କଠାରୁ କ’ଣ ଶିଖନ୍ତି ଶାହାରୁଖ? ରିତେଶଙ୍କ ଟ୍ବିଟ୍‌ର ପ୍ରଶ୍ନର ଉତ୍ତର ଦେଇ କହିଲେ ଏପରି କିଛି...

ଆବ୍ରାହମ୍‌ଙ୍କଠାରୁ କ’ଣ ଶିଖନ୍ତି ଶାହାରୁଖ? ରିତେଶଙ୍କ ଟ୍ବିଟ୍‌ର ପ୍ରଶ୍ନର ଉତ୍ତର ଦେଇ କହିଲେ ଏପରି କିଛି...

India Today

ମୁମ୍ବାଇ: ଇଣ୍ଟର୍‌ନେଟ୍‌ରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବାରେ ସୁପର୍‌ଷ୍ଟାର୍‌ ଶାହାରୁଖ ବେଶ୍‌ ପରିଚିତ। ପ୍ରତି ବୁଧବାର ଶାହାରୁଖ ଟ୍ବିଟର୍‌ରେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଶାହାରୁଖ୍‌ ସେସନ୍‌ ରଖିଥାନ୍ତି। ସେହି ସେସନରେ କିଙ୍ଗ୍‌ଖାନ୍‌ ପ୍ରଶଂସକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ରଖିଥାନ୍ତି।

ଆଜି ଶାହାରୁଖ୍‌ଙ୍କୁ  ଅଭିନେତା ରିତେଶ ଦେଶମୁଖ୍‌ ପଚାରିଥିବା ଏକ ପ୍ରଶ୍ନର ବେଶ୍‌ ମଜାଳିଆ ଉତ୍ତର ଦେଇଛନ୍ତି ସେ। ଶାହାରୁଖଙ୍କ ଉତ୍ତରକୁ ତାଙ୍କର ଅନେକ ପ୍ରଶଂସକ ପସନ୍ଦ କରିଥିବା ଜାଣିବାକୁ ମିଳିଛି।

ରିତେଶ ପଚାରିଥିଲେ, ‘ଆବ୍ରାହମ୍‌ଙ୍କ ଠାରୁ ତୁମେ କ’ଣ ଶିକ୍ଷା ଲାଭ କରିଛି?’ ଯାହାର ଉତ୍ତରରେ ଶାହାରୁଖ୍‌ କହିଛନ୍ତି, ‘ଯେତେବେଳେ ତୁମେ ଦୁଃଖିତ, ଭୋକିଲା କିମ୍ବା କ୍ରୋଧରେ ଅଛ ସେ ସମୟରେ ନିଜର ଭିଡିଓ ଗେମ୍‌ ଖେଳି ଖେଳି ଟିକେ ଖାଲି କାନ୍ଦି ପକାଅ।’

ଆବ୍ରାହମଙ୍କ ବିଷୟରେ ଶାହାରୁଖ୍‌ଙ୍କୁ ଏହା ପ୍ରଥମ ପ୍ରଶ୍ନ ନ ଥିଲା। ଗତବର୍ଷ ଅକ୍ଟୋବର ମାସରେ ଜଣେ ଟ୍ବିଟର୍‌ ବ୍ୟବହାରକାରୀ ପଚାରିଥିଲେ, ‘ତୁମର ମୁଁ ଜଣେ ବଡ଼ ପ୍ରଶଂସକ। ଆବ୍ରାହମଙ୍କ ସହ ସିନେମା କେବେ କରୁଛନ୍ତି? ଯାହାର ଉତ୍ତରରେ ଶାହାରୁଖ୍‌ ଲେଖିଥିଲେ, ‘ସେ ଯେବେ ତାରିଖ ଦେବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe