ଚାରି ବର୍ଷ ପରେ ବଡ଼ ପରଦାକୁ ଏକାଠି ଫେରୁଛନ୍ତି ଏହି ରୋମାଣ୍ଟିକ୍‌ ଦମ୍ପତି

Advertisment
ଚାରି ବର୍ଷ ପରେ ବଡ଼ ପରଦାକୁ ଏକାଠି ଫେରୁଛନ୍ତି ଏହି ରୋମାଣ୍ଟିକ୍‌ ଦମ୍ପତି

ମୁମ୍ବାଇ: ଅଭିନେତା ରିତେଶ ଦେଶମୁଖ ଓ ଜେନେଲିଆ ଡିସୋଜା ୪ବର୍ଷ ବ୍ୟବଧାନ ପରେ ବଡ଼ ପରଦାକୁ ପୁଣି ଫେରିବାକୁ ଯାଉଛନ୍ତି। ବଲିଉଡ କପୁଲ ନିଜର ଆଗାମୀ ଅପକମିଂ ମରାଠୀ ମୁଭି ‘ମୌଲି’ ଜରିଆରେ ବଡ ପରଦାରେ ଜଲଓ୍ଵା ଦେଖାଇବାକୁ ଯାଉଛନ୍ତି। ତେବେ ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ରିତେଶ ଓ ଜେନେଲିଆଙ୍କ ଫ୍ୟାନ୍‌ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗି ରହିଛି ।

୪ ବର୍ଷ ପୂର୍ବରୁ ଜେନେଲିଆ ରିତେଶଙ୍କ ପ୍ରଥମ ମରାଠୀ ଫିଲ୍ମ ‘ଲାଇ ଭାରୀ’ ମାଧ୍ୟମରେ ଡେବ୍ୟୁ କରିଥିଲେ । ସିନେମା ‘ନାଲ ଲଭ ହୋ ଗୟା’, ‘ତୁଝେ ମେରି କସମ’ ଓ ‘ମସ୍ତି’ ଜରିଆରେ ରିତେଶ ଦେଶମୁଖଙ୍କ ବିପକ୍ଷରେ ଜେନେଲିଆ ଅଭିନୟ କରି ରାତାରାତି ଷ୍ଟାର ପାଲଟି ଯାଇଥିଲେ । ଏହି ଫିଲ୍ମର ସୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରାୟ ୯ବର୍ଷ ଉଭୟ ଡେଟ କରିବା ପରେ ୨୦୧୨ ଫେବୃ୍ରୟାରି ୩ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ରବିବାର ରିତେଶ ନିଜର ପ୍ରଶଂକଙ୍କୁ ଅପକମିଂ ଗୀତର ଭିଡିଓକୁ ସେୟାର କରିଛନ୍ତି । ଏହି ନୂଆ ଗୀତ ‘ଧୁବୁନ ତକ୍‌..’ ରେ ତାଙ୍କର ଧର୍ମପତ୍ନୀ ଜେନେଲିଆ ଅଭିନୟ କରିଛନ୍ତି । ଏହି ଫିଲ୍ମ ଜରିଆରେ ସେ ପୂର୍ବ ପରି ଦର୍ଶକଙ୍କୁ ତାଙ୍କର ଅଭିନୟର ଯାଦୁ ଦେଖାଇବେ ବୋଲି ଟୁଇଟ ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe