ପ୍ରୀତି ଜିଣ୍ଟାଙ୍କୁ ଚୁମ୍ବନ ଦେବାରୁ ସ୍ବାମୀ ରିତେଶଙ୍କୁ ଏପରି ମୁଥ ମାରିଲେ ଜେନେଲିଆ

ପ୍ରୀତି ଜିଣ୍ଟାଙ୍କୁ ଚୁମ୍ବନ ଦେବାରୁ ସ୍ବାମୀ ରିତେଶଙ୍କୁ ଏପରି ମୁଥ ମାରିଲେ ଜେନେଲିଆ

www.indiatoday.in

ମୁମ୍ବାଇ: କିଛି ଦିନ ଅନ୍ତରରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ କିଛି ନା କିଛି ମଜାଦାର୍‌ ଭିଡିଓ ସେୟାର୍‌ କରିଥାନ୍ତି ଅଭିନେତ୍ରୀ ପତ୍ନୀ ଜେନେଲିଆ ଡି’ସୁଜା। ନିକଟରେ ମଧ୍ୟ ସେ ଏପରି ଏକ ମଜାଦାର ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି।

ଜେନଲିଆ ଯେଉଁ ଭିଡିଓଟି ସେୟାର୍‌ କରିଛନ୍ତି ସେଥିରେ ପ୍ରଥମେ ରିତେଶ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ହାତକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ସେହି ସମୟରେ ଜେନେଲିଆଙ୍କ ମୁହଁର ପ୍ରତିକ୍ରିୟା ଟିକେ ପରିବର୍ତ୍ତନ ହୋଇଗଲା ପରି ଦିଶୁଛି। ତାପରେ ଜେନେଲିଆ ଆଉ ଏକ ଭିଡିଓ ସେଥିରେ କୋଲାଜ କରିଛନ୍ତି। ରିତେଶଙ୍କର ଏପରି କାର୍ଯ୍ୟରେ ଈର୍ଷାନ୍ବିତ ଜେନେଲିଆ ସ୍ବାମୀଙ୍କୁ ମୁହଁରେ ମୁଥ ମାରୁଥିବାର ଦେଖିବାକୁ ମିଳିଛି। ଜେନେଲିଆଙ୍କ ହାତରୁ ମାଡ଼ ଖାଇ ତଳେ ଖସି ପଡୁଛନ୍ତି ରିତେଶ। ଦ୍ବିତୀୟ ଭିଡିଓଟିକୁ ରିତେଶ ଓ ଜେନେଲିଆ ତାଙ୍କ ଘରେ ସୁଟ୍‌ କରି ପ୍ରଥମ ଭିଡିଓରେ ଯୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe