The Economic Times
ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏ ପର୍ଯ୍ୟନ୍ତ ସିବିଆଇ ପ୍ରଶ୍ନୋତ୍ତର ପାଇଁ ରିୟା ଚକ୍ରବର୍ତୀ କିମ୍ବା ତାଙ୍କ ପରିବାରକୁ ସିବିଆଇ ସମନ୍ କରିନାହିଁ। ରିୟାଙ୍କ ଓକିଲ ଆଜି ଏ କଥା କହିବା ସହ ସିବିଆଇ ଡାକିଲେ ରିୟା ନିହାତି ଭାବେ ଯିବେ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଖୁବ୍ ଶୀଘ୍ର ତାଙ୍କୁ ସମନ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ମୁମ୍ବାଇ ଡିଆର୍ଡିଓ ଅତିଥି ଭବନରେ ରିୟାଙ୍କ ଭାଇ ସ୍ବସ୍ତିକ ଚକ୍ରବର୍ତ୍ତୀଙ୍କ ପଚରାଉଚରା କରିଛି ସିବିଆଇ। ସୁଶାନ୍ତଙ୍କ ସହ ମିଶି ସେ ଖୋଲିଥିବା ୩ଟି କମ୍ପାନି ଓ ତା’ ସମ୍ବନ୍ଧୀୟ ଟଙ୍କା ନେଣଦେଣ ଉପରେ ସିବିଆଇ ପ୍ରଶ୍ନ କରିଥିବା ସୂଚନା ମିଳିଛି। ଏଥିସହ ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟ୍ ରଜତ ମେୱାତିଙ୍କୁ ମଧ୍ୟ ସିବିଆଇ ସମନ୍ କରିଛି। ରିୟା, ସୁଶାନ୍ତଙ୍କ ଜୀବନରେ ଆସିବା ପୂର୍ବରୁ ରଜତ ସୁଶାନ୍ତଙ୍କର ସମସ୍ତ ଆକାଉଣ୍ଟ୍ର ଦେଖାଶୁଣା କରୁଥିଲେ। ରିୟା ଜାନୁଆରିରେ ରଜତଙ୍କୁ ଚାକିରିରୁ ବାହାର କରିଥିବା ବି ଜଣାପଡ଼ିଛି।
Follow Us