ଏହି ନିର୍ଦେଶକମାନଙ୍କ ସହ ମାତ୍ର ଥରଟିଏ କାମ କରିଛନ୍ତି ରୀୟା

ଶିବଶଙ୍କର ଓଝା

ଏହି ନିର୍ଦେଶକମାନଙ୍କ ସହ ମାତ୍ର ଥରଟିଏ କାମ କରିଛନ୍ତି ରୀୟା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ରୀୟା ଦେ ବିଗତ ୧୨ ବର୍ଷ ଧରି ଓଡ଼ିଆ ସିନେଜଗତରେ ସକ୍ରିୟ ଅଛନ୍ତି। ସେ ଏହି ସମୟ ଭିତରେ ଅଧିକାଂଶ ଆଗଧାଡ଼ିର ନିର୍ଦେଶକଙ୍କ ସହ କାମ କରିଛନ୍ତି। କିନ୍ତୁ କେତେକ ନିର୍ଦେଶକଙ୍କ ସହ ମାତ୍ର ଥରଟିଏ କାମ କରିଛନ୍ତି  ରୀୟା। ଆସନ୍ତୁ ଜାଣିବା ସେହି ନିର୍ଦେଶକମାନଙ୍କ ସଂପର୍କରେ…
୨୦୧୦ରେ ମୁକ୍ତିଲାଭ କରିଥିବା ‘ପ୍ରେମ ଅଢେଇ ଅକ୍ଷର’ ସିନେମା ଜରିଆରେ ରୀୟା ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏଥିରେ ତାଙ୍କର ନାୟକ ଥିଲେ ବାବୁସାନ୍। ଜଣାଶୁଣା ନିର୍ଦେଶକ ସୁଧାକର ବସନ୍ତ ଏହାର ନିର୍ଦେଶନା ଦେଇଥିଲେ। ରୀୟାଙ୍କ ପ୍ରଥମ ନିର୍ଦେଶକ ଥିଲେ ସୁଧାକର ବସନ୍ତ। ଏହାପରେ ରୀୟା ‘ଲଭମାଷ୍ଟର୍’, ‘କ୍ରିମିନାଲ୍’, ‘ଇଡିଅଟ୍’, ‘ତୁ ମୋ’ ଦେହର ଛାଇ’, ‘ପାଗଳ କରିଛୁ ତୁ’, ‘ଗୋଲାପି ଗୋଲାପି’, ‘ରଘୁପତି ରାଘବ ରାଜାରାମ’, ‘କଲେଜ୍ ଟାଇମ’, ‘କଳକୀ’, ‘କ୍ରିମିନାଲ୍, ‘ତୁ ଯେ ସେଇ’, ‘ତୋର ଦିନେକୁ ମୋର ଦିନେ’, ‘ଏମିତି ବି ପ୍ରେମ ହୁଏ’, ‘ହରି ଓମ୍ ହରି’, ‘ଧର୍ମ ଦ ଫାଇଟର୍, ‘କଥା ଦେଲି ମଥା ଛୁଇଁ’, ‘ପ୍ରେମରେ ରଖିଛି ଶହେରୁ ଶହେ’  ‘ପ୍ରେମ ପାଇଁ ମହାଭାରତ’ ଏବଂ ‘ରାତି ସରିସରି ଯାଉଛି’ ଆଦି ଓଡ଼ିଆ ଛବିରେ ନାୟିକା ଭୂମିକାରେ ନଜର ଆସିଛନ୍ତି।

publive-image

ହେଲେ ଆପଣ କଣ ଜାଣନ୍ତି କି ରୀୟା କେବଳ ଥରଟିଏ ତାଙ୍କ କ୍ୟାରିଅରର ପ୍ରଥମ ନିର୍ଦେଶକ ସୁଧାକର ବସନ୍ତଙ୍କ ସହ କାମ କରିଛନ୍ତି। ଅର୍ଥାତ୍ ‘ପ୍ରେମ ଅଢେଇ ଅକ୍ଷର’ ପରେ ନିର୍ଦେଶକ ସୁଧାକର ବସନ୍ତଙ୍କ ନିର୍ଦେଶିତ ଅନ୍ୟ କୌଣସି ଛବିରେ ଏଯାବତ୍ ନଜର ଆସିନାହାନ୍ତି।

publive-image

ଠିକ୍ ସେହିପରି ରୀୟା ‘କଳକୀ’ର ନିର୍ଦେଶକ ତାପସ ସରଘରିଆଙ୍କ ସହ ଦ୍ବିତୀୟ ଥର ପାଇଁ କାମ କରିବାର ଏଯାବତ୍ ସୁଯୋଗ ପାଇନାହାନ୍ତି। ଏହି ଫିଲ୍ମରେ ରୀୟାଙ୍କୁ ଅରିନ୍ଦମଙ୍କ ସହ ଦେଖିବାକୁ ମିଳିଥିଲା। ଏଣେ ‘ଏମିତି ବି ପ୍ରେମ ହୁଏ’ର ନିର୍ଦେଶକ ନିଶିକାନ୍ତ ଦଳବେହେରାଙ୍କ ବି ପରେ ଅନ୍ୟ କୌଣସି ଛବିରେ କାମ କରିନାହାନ୍ତି ରୀୟା। ଏହି ଫିଲ୍ମରେ ରୀୟାଙ୍କ ନାୟକ ଥିଲେ ସବ୍ୟସାଚୀ। ‘କଥା ଦେଲି ମଥା ଛୁଇଁ’ରେ ଅଭିଷେକଙ୍କ ସହ ନଜର ଆସିଥିଲେ ରୀୟା। ଏହାର ନିର୍ଦେଶନା ଦେଇଥିଲେ ଶୈଳେନ୍ଦ୍ର। ତାଙ୍କ ସହ ବି ପରେ ଆଉ କାମ କରିନାହାନ୍ତି ରୀୟା।

publive-image

ଏଣେ ଓଲିଉଡର ଓଣ୍ଡରବୟ ସଞ୍ଜୟ ନାୟକଙ୍କ କେବଳ ଗୋଟିଏ ସିନେମା ‘ପ୍ରେମରେ ରଖିଛି ଶହେରୁ ଶହେ’ରେ ନଜର ଆସିଛନ୍ତି ରୀୟା। ଏହାପରେ ସଞ୍ଜୟ କେତୋଟି ଛବି ତିଆରି କରିଛନ୍ତି, ହେଲେ ସେଥିମଧ୍ୟରୁ ଗୋଟିକରେ ନାହାନ୍ତି ରୀୟା। ଅପରପକ୍ଷରେ ଅଭିନେତାରୁ ନିର୍ଦେଶକ ବନିଥିବା ଶ୍ରୀତମ୍ ଦାସଙ୍କ ନିର୍ଦେଶିତ କେବଳ ଗୋଟିଏ ସିନେମା ‘ଦିଓ୍ୱାନା ହେଲି ତୋ ପାଇଁ’ରେ ନଜର ଆସିଛନ୍ତି ରୀୟା। ‘ରାତି ସରିସରି ଯାଉଛି’ ସିନେମାର ନର୍ଦେଶକ ହେଲେ ଅନୁପମ ପଟ୍ଟନାୟକ, ଯାହାଙ୍କ ସହ ବି ଏଯାଏ ରୀୟା ଥର ଟିଏ କାମ କରିଛନ୍ତି।

ଏହା ଅବଶ୍ୟ ଭିନ୍ନ କଥା ଯେ ରୀୟା ଜଣାଶୁଣା ନିର୍ଦେଶକ ହିମାଂଶୁ ପରିଜା, ଅଶୋକ ପତି, ସୁଧାଂଶୁ ମୋହନ ସାହୁ, ସୁଶାନ୍ତ ମଣି, ଦିଲୀପ ପଣ୍ଡା ଓ ନିରଞ୍ଜନ ବେହେରା ପ୍ରମୁଖଙ୍କ ଏକାଧିକ ଛବିରେ  ଅଭିନୟ କରି ବଡ଼ ପରଦାରେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe