ବଲିଉଡ ଅଭିନେତ୍ରୀ ରିୟାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ବଲିଉଡ ଅଭିନେତ୍ରୀ ରିୟା ସେନ୍ ଏବଂ ରାଇମା ସେନଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ | ବାପାଙ୍କୁ ହରାଇଲେ ୨ଅଭିନେତ୍ରୀ | ଆଜି ଦୁହିଁଙ୍କ ପିତା ଭରତ ଦେବ ବର୍ମାଙ୍କ ଦେହାନ୍ତ ହୋଇଛି।

e

କୋଲକାତା: ବଲିଉଡ ଅଭିନେତ୍ରୀ ରିୟା ସେନ୍ ଏବଂ ରାଇମା ସେନଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ | ବାପାଙ୍କୁ ହରାଇଲେ ୨ଅଭିନେତ୍ରୀ | ଆଜି ଦୁହିଁଙ୍କ ପିତା ଭରତ ଦେବ ବର୍ମାଙ୍କ ଦେହାନ୍ତ ହୋଇଛି। ସେ ୮୩ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ସେ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି। ତାଙ୍କ ଦେହାନ୍ତ ଖବର ପାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଭରତ ଦେବ ବର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି- 'ଚଳଚ୍ଚିତ୍ର ତାରକା ମୁନ୍ମୁନ୍ ସେନଙ୍କ ସ୍ୱାମୀ ଏବଂ ମୋର ମହାନ ଶୁଭେଚ୍ଛୁ ଭରତ ଦେବ ବର୍ମାଙ୍କ ଦେହାନ୍ତ ଖବର ପାଇ ମୁଁ ଦୁଃଖିତ। ସେ ମୋତେ ତାଙ୍କ ପରିବାରର ସଦସ୍ୟ ଭାବେ ଭଲପାଇବା ଦେଉଥିଲେ | ମୁଁ ତାଙ୍କ ସ୍ମୃତିକୁ ସର୍ବଦା ସାଇତି ରଖିବି |

ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭରତ ଦେବ ବର୍ମା ତ୍ରିପୁରାର ରାଜ ପରିବାରର ଥିଲେ। ଭରତଙ୍କ ମାତା ଇଲା ଦେବୀ କୁଚ ବେହାରର ରାଜକୁମାରୀ ଥିଲେ। ତାଙ୍କର ସାନ ଭଉଣୀ ଗାୟତ୍ରୀ ଦେବୀ ଜୟପୁରର ରାଣୀ ଥିଲେ। କେବଳ ଏତିକି ନୁହେଁ, ଭରତଙ୍କ ଜେଜେମା ଇନ୍ଦିରା ବଡୋଦରା ମଧ୍ୟ ରାଜ ପରିବାରର ଥିଲେ | ସେ ମହାରାଜା ସେରଜୀ ରାଓ ଗାଏକୱାଡଙ୍କ ଝିଅ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe