ସୁପ୍ରିମ୍‌କୋର୍ଟ ଗଲେ ରିୟା

Advertisment
ସୁଶାନ୍ତଙ୍କ ମୃତ୍ୟୁ ପରେ ‘ଏୟୁ’ଙ୍କୁ ବାରମ୍ବାର ଫୋନ୍‌ କରୁଥିଲେ ରିୟା

Dailyhunt

ଅଭିନେତା ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବିହାର ପୁଲିସ ମୁମ୍ବାଇ ପହଞ୍ଚିଛି। କିନ୍ତୁ ଏଯାଏ ରିୟାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ନିଜ ଠିକଣା ବଦଳାଇ ଦେଇଥିବାରୁ ରିୟା ଫେରାର୍‌ ହୋଇଯାଇଥିବା ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି। ଏ ପରିସ୍ଥିତିରେ ରିୟାଙ୍କ ଓକିଲ ସତୀଶ ମାନେସିନ୍ଧେ କହିଛନ୍ତି, ରିୟା ଫେରାର୍‌ ହୋଇଯାଇଛନ୍ତି ବୋଲି ବିହାର ପୁଲିସ କରୁଥିବା ତର୍କ ସଂପୂର୍ଣ୍ଣ ଭିତ୍ତିହୀନ। ମୁମ୍ବାଇ ପୁଲିସ ରିୟାଙ୍କ ବୟାନ ରେକର୍ଡ କରିସାରିଛି। ରିୟା ସବୁବେଳେ ପୁଲିସ୍‌କୁ ସହଯୋଗ କରି ଆସିଛନ୍ତି। ଏଯାଏ ବିହାର ପୁଲିସଙ୍କଠାରୁ ରିୟା କୌଣସି ନୋଟିସ୍‌ କିମ୍ବା ସମନ୍‌ ପାଇନାହାନ୍ତି। ଅପରପକ୍ଷେ ଏହି ମାମଲାର ତଦନ୍ତ କରିବାକୁ ବିହାର ପୁଲିସର କୌଣସି ଅଧିକାର ନାହିଁ। ରିୟାଙ୍କ ବିରୋଧରେ ବିହାରରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ରିୟା ସୁପ୍ରିମ୍‌ କୋର୍ଟ ଯାଇଛନ୍ତି। ଏବେ ତାହା ବିଚାରଧୀନ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe