ସିନେମା ସୁଟିଂ ବେଳେ ଆହତ ହେବାର ଭିଡିଓ ପୋଷ୍ଟ କଲେ ପ୍ରିୟଙ୍କା

Advertisment
ସିନେମା ସୁଟିଂ ବେଳେ ଆହତ ହେବାର ଭିଡିଓ ପୋଷ୍ଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଇଣ୍ଟରନାସନାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କୁ ‌ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ପ୍ରିୟଙ୍କା ସୁଟିଂ କରୁଥିବା ସମୟରେ ଗଭୀର ଭାବେ ଆହତ ହୋଇଛନ୍ତି। ଏହାର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରିୟଙ୍କାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗି୍ଥିବା ଦେଖିବାକୁ ମିଳୁଛି।

ପ୍ରିୟଙ୍କା ରୁସୋ ବଦର୍ସଙ୍କ ଦ ବ୍ଲାକର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ‌ଆକସନ ସିନେମାରେ ପ୍ରିୟଙ୍କା ମୁଖ୍ୟ ଭୂମିକାରେ ନଜର ଆସିବେ। ସିନେମାରେ ଥିବା ଆକସନ ଦୃଶ୍ୟଗୁଡ଼ିକୁ କୌଣସି ପ୍ରକାର ଏଡିଟିଂ କରାଯାଉନାହିଁ। ନିଜେ ପ୍ରିୟଙ୍କା ଉକ୍ତ ଆକସନ ସିନକୁ କରିବାକୁ ଚେଷ୍ଟା କରୁଛନ୍ତି। କିଭଳି ପରଦାରେ ତାଙ୍କ ଆକସନ ବାସ୍ତବ ଲାଗିବ ସେଥିପାଇଁ ପ୍ରିୟଙ୍କା ଖୁବ ପରିଶ୍ରମ କରୁଛନ୍ତି।। ଏଭଳି ଏକ ଆକସନ ସିନର ସୁଟିଂ କରୁଥିବା ବେଳେ ପ୍ରିୟଙ୍କାଙ୍କୁ ଗଭୀର ଭାବେ ଆଘାତ ଲାଗିଛି। ଏହି ଆଘାତ ତାଙ୍କ ବେକ, କାନ୍ଧ, ଗୋଡ଼ ଓ ହାତରେ ଲାଗିଛି। ଏସବୁ ସ୍ଥାନରେ କଟା ଚିହ୍ନ ଥିବା ଦେଖିବାକୁ ମିଳୁଛି।

ତେବେ ପ୍ରିୟଙ୍କା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ପ୍ରଥମେ ତାଙ୍କୁ ଯେଉଁ ଅବସ୍ଥାରେ ଦେଖିବାକୁ ମିଳୁଛି ତାହା ଆକସନ ସି‌ନର ସୁଟିଂ ପାଇଁ ମେକଅପ ଥିବା ବେଳେ କିଛି ସମୟ ପରେ ତାଙ୍କ ଶରୀରର ଅନେକ ସ୍ଥାନରେ ଦେଖିବାକୁ ମିଳୁଥିଲା କଟାସ୍ଥାନ ବାସ୍ତବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe