ଓସ୍କାର ଶ୍ରେ‌ଷ୍ଠ ଅଭିନେତା ଦୌଡ଼ରେ ପ୍ରଥମ ମୁସଲମାନ୍ ଅଭିନେତା ଭାବେ ସାମିଲ ହେଲେ ରିଜ୍‌ ଅହମ୍ମଦ

Advertisment
ଓସ୍କାର ଶ୍ରେ‌ଷ୍ଠ ଅଭିନେତା ଦୌଡ଼ରେ ପ୍ରଥମ ମୁସଲମାନ୍ ଅଭିନେତା ଭାବେ ସାମିଲ ହେଲେ ରିଜ୍‌ ଅହମ୍ମଦ

ନୂଆଦିଲ୍ଲୀ: ଶ୍ରେ‌ଷ୍ଠ ଅଭିନେତା ଭାବେ ଓସ୍କାର ନୋମିନେସନ୍ ହାସଲ କରିବାରେ ରିଜ୍‌ ଅହମ୍ମଦ ଦେଉଛନ୍ତି ପ୍ରଥମ ମୁସ୍‌ଲମାନ ଅଭିନେତା। ଓସ୍କାର ଦୌଡ଼ରେ ସାମିଲ ହେବାରେ ସେ ମୁସଲମାନ ସଂପ୍ରଦାୟର ପ୍ରଥମ ଅଭିନେତା ହୋଇଥିବାରୁ ଏହା ତାଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ରିଜ୍‌ଙ୍କ ନାମ ଓସ୍କାର ମନୋନୟନ ତାଲିକାରେ ଆସିବା ପରେ ସେ ଟ୍ବିଟ୍‌ରରେ ଟ୍ରେଣ୍ଡ୍‌ ହେବାରେ ଲାଗିଛନ୍ତି। ତାଙ୍କ ପାଇଁ ଏବେ ସମସ୍ତେ ଗର୍ବିତ ଅନୁଭବ କରୁଛନ୍ତି। ସେ ଚଳଚ୍ଚିତ୍ର ‘ସାଉଣ୍ଡ ଅଫ୍ ମେଟାଲ୍’ରେ ଅଭିନୟ ପାଇଁ ମନୋନୀତ ହୋଇଥିବା ସୂଚନା ମିଳିଛି।

ଲସ୍ ଅଞ୍ଜେଲସ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ସଫଳତା ବିଷୟରେ ବଖାଣି କହିଛନ୍ତି,‘ସତ କହିବାକୁ ଗଲେ ମୋତେ ଖୁବ୍ ଆନନ୍ଦ ଲାଗୁଛି। ମୋତେ ଶ୍ରଦ୍ଧା କରୁଥିବା ଲୋକମାନେ ଏହି ଖୁସିର ମୁହୂର୍ତ୍ତ ସହ ନିଜକୁ ସଂଯୋଗ କରିପାରିବେ। ମୋ ପାଇଁ ଏହି ଅନୁଭୂତି ଖୁବ୍ ସୁନ୍ଦର। କିଛି ଲୋକ ମୋତେ ପ୍ରଥମ ମୁସଲମାନ, କିଛି ଲୋକ ବ୍ରିଟିଶ ଓ କିଛି ଲୋକ ହୁଏତ ଲଣ୍ଡନର ୱେମ୍ବଲିର ପ୍ରଥମ ବ୍ୟକ୍ତି କହିପାରନ୍ତି। ମାତ୍ର ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଆନନ୍ଦର ମୂହୁର୍ତ୍ତଗୁଡିକ, ସାମୁହିକ ସ୍ୱୀକୃତିର ମୂହୁର୍ତ୍ତ। ସେହି ମୁହୂର୍ତ୍ତ, ଯେଉଁଠାରେ ଯଥାସମ୍ଭବ ଲୋକେ ଏଥିରେ ନିଜକୁ ପାଇ ପାରିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe