ଆମେ ମିଛ, ଲୋଭ ଏବଂ ଛଳନାରୁ ଉର୍ଦ୍ଧ୍ୱରେ; ଚହଲ-ଧନଶ୍ରୀଙ୍କ ଛାଡ଼ପତ୍ର ପରେ ଆରଜେ ମହବଶଙ୍କ ପୋଷ୍ଟ ଭାଇରାଲ

ଛାଡପତ୍ର ହେବା ପରେ ଏବେ ଆରଜେ ମହବଶ ସୋସିଆଲ ମିଡିଆରେ ଲଗାତାର ଏପରି ପୋଷ୍ଟ ସେୟାର କରୁଛନ୍ତି ଯାହାକୁ ଲୋକମାନେ ଚହଲଙ୍କ ପତ୍ନୀଙ୍କ ପ୍ରତି ଏକ ଉପହାସ ବୋଲି ବିବେଚନା କରୁଛନ୍ତି।

trjmahabaes

ନୂଆଦିଲ୍ଲୀ: କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଏବେ ନିଶ୍ଚିତ ହୋଇସାରିଛି। ୨୨ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେଉଥିବାରୁ ଆଜି ଦମ୍ପତିଙ୍କ ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି କୋର୍ଟ। ଭରଣପୋଷଣ ବାବଦକୁ ଟଙ୍କା ଦେବା ପରେ ଏବେ ଦମ୍ପତ୍ତି ଅଲଗା ହୋଇଛନ୍ତି। ଏହି ସବୁ ଖବର ମଧ୍ୟରେ, ୟୁଜଭେନ୍ଦ୍ର ଚହଲଙ୍କ ନାମ ଆରଜେ ମହବଶଙ୍କ ସହ ଯୋଡାଯାଉଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ, ଚହଲଙ୍କୁ ତାଙ୍କ ତଥାକଥିତ ପ୍ରେମିକା ଆରଜେ ମହବଶଙ୍କ ସହ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ଦେଖାଯାଇଥିଲା, ଯାହା ପରେ ସେମାନଙ୍କ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା।

ଛାଡପତ୍ର ହେବା ପରେ ଏବେ ଆରଜେ ମହବଶ ସୋସିଆଲ ମିଡିଆରେ ଲଗାତାର ଏପରି ପୋଷ୍ଟ ସେୟାର କରୁଛନ୍ତି ଯାହାକୁ ଲୋକମାନେ ଚହଲଙ୍କ ପତ୍ନୀଙ୍କ ପ୍ରତି ଏକ ଉପହାସ ବୋଲି ବିବେଚନା କରୁଛନ୍ତି। କିଛି ଦିନ ପୂର୍ବେ, ଆରଜେ ମହବଶ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଇଚ୍ଛା ନଥାଇ ମୋଟା, ପତଳା, ଛୋଟ, ଉଚ୍ଚା ଲୋକଙ୍କ ସହିତ ଡେଟିଂ କରିବା ଏବଂ ପରେ ସେମାନଙ୍କୁ ଅପମାନିତ କରିବା ବିଷୟରେ କହିଥିଲେ। ଏହି ଭିଡିଓ ଆସିବା ମାତ୍ରେ ୟୁଜଭେନ୍ଦ୍ର ଚହଲଙ୍କ ପ୍ରଶଂସକମାନେ ଦାବି କରିଥିଲେ ‌ଯେ, ଭିଡିଓଟି ଧନଶ୍ରୀଙ୍କ ପାଇଁ ଥିଲା।

ଏବେ ଆରଜେ ମହବଶ ଆଉ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ତାଙ୍କର କିଛି ଫଟୋ ଥିବା ବେଳେ କ୍ୟାପସନରେ ସେ ଯାହା ଲେଖିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଲେଖିଛନ୍ତି ଯେ, 'ଆମେ ମିଛ, ଲୋଭ ଏବଂ ଛଳନାରୁ ଉର୍ଦ୍ଧ୍ୱରେ ଅଛୁ... ପରମେଶ୍ୱରଙ୍କୁ ଧନ୍ୟବାଦ ଯେ, ଆ‌ମେ ଏବେ ବି ଦର୍ପଣ ଆଡକୁ ମୁହଁ କରି ଠିଆ ହୋଇଛୁ'। ତାଙ୍କର ଏହି ପୋଷ୍ଟରେ ଥିବା କ୍ୟାପସନଟି ଧନଶ୍ରୀଙ୍କ ପାଇଁ ବୋଲି ଲୋକେ କହିବା ଆରମ୍ଭ କରିଥିଲେ। 

Yuzvendra Chahal | Dhanashree Verma | rj-mahvash

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe