ସୋନୁଙ୍କ ମା’ଙ୍କ ନାଁରେ ନାମିତ ହେଲା ରାସ୍ତା

Advertisment
ସୋନୁଙ୍କ ମା’ଙ୍କ ନାଁରେ ନାମିତ ହେଲା ରାସ୍ତା

ଅଭିନେତା ସୋନୁ ସୁଦ୍‌ଙ୍କ ମା’ଙ୍କ ନାଁରେ ପଞ୍ଜାବର ଏକ ରାସ୍ତାକୁ ନାମକରଣ କରାଯାଇଛି। ସୋନୁ ରହୁଥିବା ସହର ଅର୍ଥାତ୍ ପଞ୍ଜାବର ମୋଗ୍ ଅଞ୍ଚଳର ଏହି ରାସ୍ତାକୁ ‘ପ୍ରଫେସର ସରୋଜ ସୁଦ୍’ ରୋଡ୍‌ ନାମରେ ନାମିତ କରାଯାଇଛି। ଏନେଇ ସୋନୁ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, ଏଭଳି ଏକ ସ୍ବପ୍ନ ସାକାର କରିବାକୁ ସେ ଜୀବନସାରା ଅପେକ୍ଷା କରିଥିଲେ। ଏହା ତାଙ୍କ ଜୀବନର ସବୁଠୁ ପ୍ରିୟ ଏବଂ ଗୁରୁତ୍ବପୂର୍ଣ୍ଣ ସହର। ଏଥିପାଇଁ ସେ ସ୍ଥାନୀୟ ବିଧାୟକ ଓ ଲୋକପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ସୋନୁଙ୍କ ମା’ ଏହି ରାସ୍ତା ଦେଇ ଘରୁ କଲେଜ୍‌କୁ ପାଠ ପଢ଼ାଇବା ପାଇଁ ଯିବା ଆସିବା କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe