ରୋହିତ ସେଟ୍ଟୀଙ୍କ ରଣବୀର ସିଂହ ଷ୍ଟାରର ‘ସିମ୍ବା’ରେ ଅଜୟ ଦେବଗନ୍‌!

ରୋହିତ ସେଟ୍ଟୀଙ୍କ ରଣବୀର ସିଂହ ଷ୍ଟାରର ‘ସିମ୍ବା’ରେ ଅଜୟ ଦେବଗନ୍‌!

photo-deccanchronicle

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବେ ‘ସିମ୍ବା’ ଟାଇଟଲରେ ଏକ ସିନେମା ନିର୍ମାଣ କରୁଛନ୍ତି । ଏଥିରେ ସେ ତାଙ୍କର ଲକି ମାସ୍କଟ୍‌ ଅଜୟ ଦେବଗନ୍‌ଙ୍କୁ ନାୟକ ଭୂମିକାରେ ନ ନେଇ ରଣବୀର ସିଂହଙ୍କୁ ସାଇନ୍‌ କରିଛନ୍ତି। ଏହି ସିନେମାରେ କିନ୍ତୁ ରୋହିତ ତାଙ୍କର ଖାସ୍‌ ଦୋସ୍ତ ଅଜୟ ଦେବଗନ୍‌ଙ୍କୁ ନେବାଲାଗି ଇଚ୍ଛୁକ। ସେ ଏହି ସିନେମାରେ ରଣବୀରଙ୍କ ମେଣ୍ଟର ଭୂମିକା ନିଭାଇବାକୁ ଅନୁରୋଧ କରିଛନ୍ତି। ହେଲେ ଏଯାବତ୍‌ ଅଜୟ ତାଙ୍କର ନିଷ୍ପତ୍ତି ଜଣାଇ ନାହାନ୍ତି।

publive-image photo-easterneye

କେତେକ କହୁଛନ୍ତି ଯେ ହୁଏତ ବନ୍ଧୁତା ଖାତିରରେ ଅଜୟ ଦେବଗନ୍‌ ରାଜି ହୋଇ ପାରନ୍ତି। ଆଉ କେତେକଙ୍କ ମତ ହେଲା ଉକ୍ତ ଭୂମିକାଟି ଖୁବ୍‌ ଛୋଟ,ଏଣୁ ଅଜୟ ମନା କରିବେ। ତାଛଡ଼ା ‘ସିମ୍ବା’ର ଅନ୍ୟତମ ପ୍ରଯୋଜକ କରଣ ଜୋହରଙ୍କ ସହ ଅଜୟ ଦେବଗନ୍‌ଙ୍କର ସଂପର୍କ ଭଲ ନୁହେଁ ଯାହା କାହାରିକୁ ଅଛପା ନୁହେଁ । ତଥାପି ରୋହିତଙ୍କ ନିକଟତର ଲୋକେ ଆଶବାଦୀ ଯେ ରୋହିତ ସେଟ୍ଟୀଙ୍କ ରଣବୀର ସିଂହ ଷ୍ଟାରର ମୁଭିରେ ଅଜୟ ଦେବଗନ କାମ କରିବେ। ଏଠାରେ ସୂଚନାଯୋଗ୍ୟ ଯେ ଆଗରୁ ରୋହିତ-ଅଜୟଙ୍କ ଯୋଡି ବକ୍ସ ଅଫିସରେ ଧମାଲ୍‌ କରିଛନ୍ତି। ଏମାନଙ୍କର ଶେଷ ସିନେମା ‘ଗୋଲମାଲ ଏଗେନ୍‌’ ବ୍ଲକ୍‌ବଷ୍ଟର୍‌ ହିଟ୍‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe