ପ୍ରଯୋଜକଙ୍କ ସର୍ତ୍ତ: ସୁଟିଂ ସେଟରେ କଳାକାର ରଖିପାରିବେ ନାହିଁ ପ୍ରେମସମ୍ପର୍କ

Advertisment
ପ୍ରଯୋଜକଙ୍କ ସର୍ତ୍ତ: ସୁଟିଂ ସେଟରେ କଳାକାର ରଖିପାରିବେ ନାହିଁ ପ୍ରେମସମ୍ପର୍କ

ନୂଆଦିଲ୍ଲୀ: ‘ୟେ ରିସ୍ତା କ୍ୟା କହଲତା ହୈ’ ଦୀର୍ଘଦିନ ଧରି ଚାଲି ଆସୁଥିବା ଧାରାବାହିକ ମଧ୍ୟରୁ ଗୋଟିଏ ରହିଛି। ଏହି ଧାରାବାହିକ ସେଟରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି।

‘ୟେ ରିସ୍ତା କ୍ୟା କହଲତା ହୈ’ ଧାରାବାହିକର ପ୍ରଯୋଜକ ରାଜନ ସାହି ୧୫ମିନିଟ ଭିତରେ ମୁଖ୍ୟ ଅଭିନେତା ଶହଜାଦା ଧାମି ଓ ଅଭିନେତ୍ରୀ ପ୍ରତୀକ୍ଷା ହୋନମୁଖେଙ୍କୁ ସେଟରୁ ବାହାର କରି ଦେଇଛନ୍ତି। ଏହି କ୍ରମରେ ‌ଧାରାବାହିକରେ ନୂଆ ଅଭିନେତା ରୋହିତ ପୁରୋହିତ ଓ ଅଭିନେତ୍ରୀ ଗର୍ବିତା ସଧବାନିଙ୍କୁ ଏକ ସର୍ତ୍ତରେ ପ୍ର‌ବେଶ କରାଇଛନ୍ତି।

ଏହି ସର୍ତ୍ତକୁ ନେଇ ଅଭିନେତା ରୋହିତ ପୁରୋହିତ କହିଛନ୍ତି, ‘‘ୟେ ରିସ୍ତା କ୍ୟା କହଲତା ହୈ’ ଧାରାବାହିକର କଣ୍ଟ୍ରାକ୍ଟ ସାଇନ କରିଛି। ଏହି କଣ୍ଟ୍ରାକ୍ଟ ପେପରରେ ଏକ ସର୍ତ୍ତ ଥିଲା। ଏହି ସର୍ତ୍ତଟି ହେଉଛି ନୋ ଡେଟିଂ। ଅର୍ଥାତ ଧାରାବାହିକର ସୁଟିଂ ସେଟରେ କାହା ସହିତ ରିଲେସନସିପରେ ରହି ପାରିବ ନାହିଁ କି କାହାକୁ ପ୍ରେମ କରି ପାରିବ ନାହିଁ। ସେଟରେ ଥିବା ବେଳେ କାହାକୁ ଡେଟିଂରେ ବି ନେଇ ପାରିବ ନାହିଁ। ଏମିତି ଯଦି କେହି କରୁଥିବା ବେଳେ ଧରାପଡ଼ନ୍ତି ତାଙ୍କୁ ତୁରନ୍ତ ସେଟରୁ ବିଦା କରି ଦିଆଯିବ।

ପ୍ରକାଶିତ ଖବର ମୁତାବକ, ଅଭିନେତା ଶହଜାଦା ଧାମି ଓ ଅଭିନେତ୍ରୀ ପ୍ରତୀକ୍ଷା ହୋନମୁଖେ ରିଲେସନସିପରେ ଅଛନ୍ତି। ଅନେକ ସମୟରେ ଡେଟିଂରେ ଯାଇଥିବା ହେତୁ ସେଟରେ ବିଳମ୍ବରେ ପହଞ୍ଚିଥାଆନ୍ତି। ଏଥିସହିତ ସେଟରେ ସମସ୍ତଙ୍କ ସହିତ ଦୁହେଁ ଖରାପ ବ୍ୟବହାର କରିଥାଆନ୍ତି। ଇଚ୍ଛା ହେଲେ ସୁଟିଂ କରି ଥାଆନ୍ତି ନଚେତ ବସି ମଜାମସ୍ତି କରିଥାଆନ୍ତି। ଏହି କାରଣରୁ ଦୁହିଁଙ୍କୁ ପ୍ରଯୋଜକ ସେଟରୁ ବାହାର କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe