ରୋହିତ-ରଣବୀର ୱାନ୍‌ସ ଏଗେନ୍

Advertisment
ରୋହିତ-ରଣବୀର ୱାନ୍‌ସ ଏଗେନ୍

english.newstracklive.com

ଚଳଚ୍ଚିତ୍ର ‘ଜମିନ’ରୁ ନିର୍ଦ୍ଦେଶନାରେ କ୍ୟାରିୟର୍ ଆରମ୍ଭ କରିଥିବା ରୋହିତ ସେଟ୍ଟୀ ଏହା ଭିତରେ ଚଳଚ୍ଚିତ୍ର ‘ଗୋଲ୍‌ମାଲ୍‌’ର ୪ଟି ସିରିଜ୍‌, ‘ସିଙ୍ଘମ୍’ର ଦୁଇଟି ସିରିଜ୍ ଏବଂ ଚେନ୍ନାଇ ଏକ୍ସପ୍ରେସ୍, ଦିଲ୍‌ୱାଲେ ଓ ସିମ୍ବା ପରି ସଫଳ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି। ରୋହିତଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସୂର୍ଯ୍ୟବଂଶୀ’କୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ ସିବିଏଫ୍‌ସି ୟୁ/ଏ ସାର୍ଟିଫିକେଟ୍ ପ୍ରଦାନ କରିଛି। ଉକ୍ତ ସିନେମାଟିକୁ ରୋହିତ ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବା ପାଇଁ ତୟାର ହେଇଛନ୍ତି।

ତେବେ ଏବର୍ଷ ଦୀପାବଳିରୁ ସେ ଆଗାମୀ ବର୍ଷ ଅର୍ଥାତ୍ ୨୦୨୨ ଦୀପାବଳି ସିଜିନ୍‌କୁ ମଧ୍ୟ ଟାର୍ଗେଟ୍ କରିଦେଇଛନ୍ତି। ସେ ତାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁଥିବା ‘ସର୍କସ୍’ ସିନେମାର ରିଲିଜ୍ ସମୟ ମଧ୍ୟ ଘୋଷଣା କରିଛନ୍ତି। ବଲିଉଡ୍‌ରେ ସିନେମା ନିର୍ମାଣ କରିବାରେ ରୋହିତଙ୍କୁ କୁହାଯାଉଛି ‘ମ୍ୟାନ୍ ଇନ୍ ଆକ୍ସନ୍’। ଏବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାକୁ ଥିବା ‘ସୂର୍ଯ୍ୟବଂଶୀ’ରେ ସେ ଅକ୍ଷୟ କୁମାରଙ୍କ ସହ ଅଜୟ ଦେବଗନ୍, ରଣବୀର ସିଂ ଏବଂ କ୍ୟାଟ୍ରିନା କୈଫ୍‌ଙ୍କୁ ଏକାଠି ନେଇଛନ୍ତି। ୨୦୨୨ ଦୀପାବଳି ପାଇଁ ସେ ଯୋଜନା କରିଥିବା ‘ସର୍କସ୍’ ସିନେମାରେ ‘ସିମ୍ବା’ ଓ ‘ସୂର୍ଯ୍ୟବଂଶୀ’ରେ ଥିବା ରଣବୀର ସିଂହଙ୍କୁ ମଧ୍ୟ ନାୟକ ଭାବେ ମନୋନୀତ କରିଛନ୍ତି। ଏହା ବ୍ୟତୀତ ରୋହିତ ଅଭିନେତ୍ରୀ ପୂଜା ହେଗ୍‌ଡେ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ମୁଖ୍ୟ ନାରୀ ଚରିତ୍ରରେ ଅବତୀର୍ଣ୍ଣ କରିବେ ବୋଲି ଶୁଣାଯାଉଛି। ତାହେଲେ ତ ବହି ଜମିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe