koimoi.com
ଲକଡାଉନ୍ ପାଇଁ ଚଳଚ୍ଚିତ୍ର ସୁଟିଂ ବନ୍ଦ ରହିଛି। ଏହି ଅବସରରେ ଚଳଚ୍ଚିତ୍ର ଫଟୋଗ୍ରାଫର୍ମାନଙ୍କ କାମ ବି ବନ୍ଦ ପଡ଼ିଛି। ଏଭଳି ସ୍ଥିତିରେ ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଚଳଚ୍ଚିତ୍ର ଶିଳ୍ପ ସହ ସମ୍ପୃକ୍ତ କିଛି ଫଟୋଗ୍ରାଫର୍ଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। ଯେପରି ସେମାନେ ଚଳିବାରେ କୌଣସି ସମସ୍ୟା ନହୁଏ, ତା’ଉପରେ ରୋହିତ ଧ୍ୟାନ ରଖିଛନ୍ତି। ମିଳିଥିବା ସୂଚନା ମୁତାବକ, ରୋହିତ କିଛି ଫିଲ୍ମ ଫଟୋଗ୍ରାଫର୍ଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଫଟୋଗ୍ରାଫର୍ ଯୋଗେନ ଶାହ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ରୋହିତଙ୍କ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ ଆପଣଙ୍କ ସହଯୋଗ ସବୁବେଳେ ମନେ ରହିବ। ପୂର୍ବରୁ ରୋହିତ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ସିନେ ଏମ୍ପ୍ଲଇଜ୍ ଅଧୀନରେ କାମ କରୁଥିବା ଲୋକମାନଙ୍କୁ ୫୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଅଶୋକ ପଣ୍ଡିତ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ।
Follow Us