ରୋମାଣ୍ଟିକ୍ କମେଡି ଚଳଚ୍ଚିତ୍ର ‘ମୁଁ ଫେରିଲେ ତୁମର’

Advertisment
ରୋମାଣ୍ଟିକ୍ କମେଡି ଚଳଚ୍ଚିତ୍ର ‘ମୁଁ ଫେରିଲେ ତୁମର’

ରୋମାଣ୍ଟିକ୍ କମେଡି ଚଳଚ୍ଚିତ୍ର ‘ମୁଁ ଫେରିଲେ ତୁମର’। ବବି ମିଶ୍ର ଫିଲ୍ମସ୍‌ ନିବେଦିତ ଏବଂ ବବି ମିଶ୍ର ପ୍ରଯୋଜିତ ନୂଆ ଚଳଚ୍ଚିତ୍ର ‘ମୁଁ ଫେରିଲେ ତୁମର’ ନିର୍ଦ୍ଦେଶନା ଦେବେ ସୁଧାକର ବସନ୍ତ। ଏଥିରେ ସଙ୍ଗୀତ ସଜାଉଛନ୍ତି ବି.ଏମ୍. କେ। କାର୍ଯ୍ୟକାରୀ ପ୍ରଯୋଜକ ଟୁନା ଦ୍ବିବେଦୀ ଥିବା ବେଳେ ସଂଳାପ ଲେଖିଛନ୍ତି ରଜନୀ ରଂଜନ। ଏହାର ନାୟକ ସମ୍ବିତ ଏବଂ ନାୟିକା ଭୂମିକାରେ ଅଛନ୍ତି ତୃପ୍ତି। ଏ ଦୁହିଁଙ୍କ ବ୍ୟତୀତ ବବି ମିଶ୍ର, ପପି ସନ୍ତୁକା, ହରି ମହାପାତ୍ର, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ମଧୁସୂଦନ ରାଓ, ବାପି, ଶୁଭମ୍, ଅମର ଏଥିରେ ଅଭିନୟ କରିଛନ୍ତି।

ଓଡ଼ିଆ ଆଲବମ୍‌ର ସୁପର୍‌ହିରୋ ବବି ମିଶ୍ର ପ୍ରଯୋଜନା କରୁଛନ୍ତି। ଛୋଟ ପରଦାରୁ ସେ ମଧ୍ୟ ବଡ଼ ପରଦାକୁ ପାଦ ବଢ଼େଇଛନ୍ତି। ‘ତତେ ଭଲ ପାଉଛି ବୋଲି’ ଚଳଚ୍ଚିତ୍ରରେ ବଙ୍ଗ ଲଳନା କୋଏଲ୍‌ଙ୍କ ବିପକ୍ଷର ନାୟକ ସାଜିଥିଲେ ବବି। ଏହାବ୍ୟତୀତ ଏକାଧିକ ଚଳଚ୍ଚିତ୍ରରେ ବବି ନାୟକ, ଖଳନାୟକ ଏବଂ ହାସ୍ୟରସିକ ପରି ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe