Advertisment

ଚର୍ଚ୍ଚାରେ ରହିବା ପାଇଁ କର୍କଟକୁ ବ୍ୟବହାର କରୁଛନ୍ତି ହିନା: ରୋଜଲିନ୍ ଖାନ୍

Advertisment

ଟେଲି ଅଭିନେତ୍ରୀ ହିନା ଖାନ୍‌ ଜୁନ୍ ୨୦୨୪ରେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ବୋଲି ଏକ ଇନଷ୍ଟା ପୋଷ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ। ଏବେ ଚର୍ଚ୍ଚାରେ ରହିବା ପାଇଁ ସେ ଏଭଳି କରିଥିବା କହିଛନ୍ତି ରୋଜଲିନ୍ ଖାନ୍।

ଟେଲି ଅଭିନେତ୍ରୀ ହିନା ଖାନ୍‌ ଜୁନ୍ ୨୦୨୪ରେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ବୋଲି ଏକ ଇନଷ୍ଟା ପୋଷ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ। ଏବେ ଚର୍ଚ୍ଚାରେ ରହିବା ପାଇଁ ସେ ଏଭଳି କରିଥିବା କହିଛନ୍ତି ରୋଜଲିନ୍ ଖାନ୍।

thinakha

ମୁମ୍ବାଇ: ଟେଲି ଅଭିନେତ୍ରୀ ହିନା ଖାନ୍‌ ଜୁନ୍ ୨୦୨୪ରେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ବୋଲି ଏକ ଇନଷ୍ଟା ପୋଷ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ। ଏହା ପରଠାରୁ ସେ ନିଜ ଚିକିତ୍ସାର ପ୍ରତିଟି ବିବରଣୀ ନିଜ ପ୍ରଶଂସକଙ୍କ ସହ ସେୟାର କରୁଥିବା ଦେଖିବାକୁ ମିଳିଛି। ହେ‌ଲେ ଚର୍ଚ୍ଚାରେ ରହିବା ପାଇଁ ହିନା ଏଭଳି କରୁଥିବା ଦାବି କରିଛନ୍ତି ରୋଜଲିନ୍ ଖାନ୍। ନିଜ ସମସ୍ୟା ବିଷୟରେ ଅଧିକ ଅତିରଞ୍ଜିତ କରି ହିନା ଜଣାଉଥିବା କହିଛନ୍ତି ରୋଜଲିନ୍।

ରୋଜଲିନ ମଧ୍ୟ ସ୍ତନ କର୍କଟ ପୀଡ଼ିତା। ସେ ଏବେ କର୍କଟ ମୁକ୍ତ ହୋଇସାରିଥିବା ବେଳେ ଲୋକଙ୍କୁ କର୍କଟ ବିଷୟରେ ସଚେତନ କରାଇବା କାମ କରୁଛନ୍ତି। ଏମଧ୍ୟରେ ହିନା ୧୫ଘଣ୍ଟା ଚାଲିଥିବା ଅପରେସନ ବିଷୟରେ ଜଣାଇବାରୁ ପ୍ରଶ୍ନ ପଚାରିଛନ୍ତି ରୋଜଲିନ୍। ‌ସେ କହିଛନ୍ତି, "ଯେତେବେଳେ ହିନା ଖାନ ୧୫ ଘଣ୍ଟା ଅସ୍ତ୍ରୋପଚାର ଚାଲିଥିବା ବିଷୟରେ କହିଥିଲେ, ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ୧୫ ଘଣ୍ଟା କେଉଁ ଅସ୍ତ୍ରୋପଚାର ଚାଲିଥିଲା? ମାଷ୍ଟେକ୍ଟୋମି? ଯେତେବେଳେ ସେ ଅପରେସନ ଥିଏଟରରୁ ବାହାରକୁ ଆସିଲେ, ସେ ହସୁଥିବା ଦେଖାଯାଇଥିଲା। ମାଷ୍ଟେକ୍ଟୋମି ପରେ ଚେତା ଫେରି ପାଇବାକୁ ମୋତେ ୩ଦିନ ଲାଗିଥିଲା।ଏତେ ଶୀଘ୍ର କେହି ଚେତା ଫେରି ପାଆନ୍ତି ନାହିଁ। ମୁଁ ଭାବୁଛି ହିନା ଖାନ କେବଳ ଚର୍ଚ୍ଚାରେ ରହିବା ପାଇଁ ସବୁ ଅତିରଞ୍ଜିତ କରୁଛନ୍ତି।"

ସେ ଆହୁରି କହିଛନ୍ତି ଯେ,"ଆଜି ପର୍ଯ୍ୟନ୍ତ ହିନା ତାଙ୍କର ଲଣ୍ଡା ମୁଣ୍ଡ ଲୁଚାଉଛନ୍ତି, କାହିଁକି? ସେ କ'ଣ ତାଙ୍କର ଲଣ୍ଡା ମୁଣ୍ଡ ଦେଖାଇବା ପାଇଁ ସାହସୀ ନୁହଁନ୍ତି? ଚିକିତ୍ସା ବିଷୟରେ ତାଙ୍କ ମୁହଁରୁ ଗୋଟିଏ ଶବ୍ଦ କାହିଁକି ବାହାରୁନାହିଁ? ଯଦି ସେ ଷ୍ଟେଜ୍-୩ରେ ଅଛନ୍ତି, ତେବେ ତାଙ୍କୁ ରାଡିଏସନ୍ ପାଇଁ ଯିବା କଥା। ସେ ସମସ୍ତଙ୍କୁ ଅନ୍ଧାରରେ ରଖୁଛନ୍ତି କାରଣ ସେ ଜାଣନ୍ତି ଯେ ଜ୍ଞାନୀ ଲୋକମାନେ ତାଙ୍କର ମିଛ ଧରିଦେବେ। କାରଣ ସ୍ତନ କର୍କଟ ଚିକିତ୍ସାର ପ୍ରତ୍ୟେକ ପର୍ଯ୍ୟାୟ ପାଇଁ କିଛି ନିୟମ ଅଛି। ଚିକିତ୍ସା ସମୟରେ ସେ ବିଦେଶ ବୁଲୁଛନ୍ତି, ଏହା କିପରି ସମ୍ଭବ।"

ରୋଜଲିନଙ୍କ ଏଭଳି ଆରୋପ ଉପରେ ଏପର୍ଯ୍ୟନ୍ତ ହିନା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe