୧୦୦ କୋଟିର ବ୍ୟବସାୟ ପାର୍‌ କଲା ‘ଆର୍‌ଆର୍‌ଆର୍‌’; ୨୦୦ କୋଟି ଆଡ଼େ ମୁହାଁଇଛି ରାଜମୌଲୀଙ୍କ ଏହି ଫିଲ୍ମ

Advertisment
୧୦୦ କୋଟିର ବ୍ୟବସାୟ ପାର୍‌ କଲା ‘ଆର୍‌ଆର୍‌ଆର୍‌’; ୨୦୦ କୋଟି ଆଡ଼େ ମୁହାଁଇଛି ରାଜମୌଲୀଙ୍କ ଏହି ଫିଲ୍ମ

www.aajtak.in

ମୁମ୍ବାଇ: ‘ବାହାୁବଳୀ’ ପରେ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ଜବରଦସ୍ତ ସଫଳତା ପୁଣି ଥରେ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶନା ଦକ୍ଷତାକୁ ପ୍ରମାଣ କରିବାରେ ସମର୍ଥ ହୋଇଛି। ‘ଆର୍‌ଆର୍‌ଆର୍‌’ ଏବେ ବିପୁଳ ମାତ୍ରାରେ ରୋଜଗାର କରିଚାଲିଛି। ଏହାର ରୋଜଗାର ବକ୍ସ ଅଫିସ୍‌ରେ ରେକର୍ଡ ସୃଷ୍ଟି କରିଛି। ଚଳଚ୍ଚିତ୍ରଟିର ହିନ୍ଦୀ ଭର୍ସନ ପାଞ୍ଚ ଦିନ ଭିତରେ ୧୦୭.୫୯ କୋଟି ରୋଜଗାର କରିଛି।

ଟ୍ରେଡ୍‌ ଆନାଲିଷ୍ଟ୍‌ ତରଣ ଆଦର୍ଶଙ୍କ ମୁତାବକ, ଚଳଚ୍ଚିତ୍ରଟି ପଞ୍ଚମ ଦିନରେ , ଅର୍ଥାତ ମଙ୍ଗଳବାର ୧୫.୦୨ କୋଟି ଟଙ୍କା କଲେକ୍ସନ କରିଛି। ଦିଲ୍ଲୀ, ଗୁଜୁରାଟ, ୟୁପି, ବିହାର, ରାଜସ୍ଥାନ ପରି ସ୍ଥାନରେ ଚଳଚ୍ଚିତ୍ରଟିର ବେଶ୍‌ ଲୋକପ୍ରିୟତା ରହିଛି। ରାଜମୈଲୀଙ୍କର ଏହି ଚଳଚ୍ଚିତ୍ରଟି ୧୦୦ କୋଟି ଟପି ଏବେ ୨୦୦ କୋଟି ରୋଜଗାର ଆଡ଼େ ମୁହାଁଇଛି।

‘ଆର୍‌ଆର୍‌ଆର୍‌’ ୧୯ କୋଟି ରୋଜଗାରରୁ ଖାତା ଖୋଲି ପରେ ଏହାର ଗ୍ରାଫ୍‌ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଯଦି ଚଳଚ୍ଚିତ୍ରଟି ଏହିପରି ଭାବେ ଆଉ କିଛି ଦିନ ରୋଜଗାର କରି ଚାଲେ ତେବେ ମାତ୍ର ଅଳ୍ପ ଦିନରେ ତାହା ଆହୁରି ଗୁଡ଼ାଏ ରେକର୍ଡ ସୃଷ୍ଟି କରିବ।

ଉଲ୍ଲେଖଯୋଗ୍ୟ, ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରରେ  ରାମଚରଣ ଓ ଜୁନିୟର ଏନଟିଆର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଇଥିବା ବେଳେ ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅଲିଭିଆ ମରିସ୍ ଏବଂ ନାୟିକା ଭୂମିକାରେ ଅଛନ୍ତି ଆଲିଆ ଭଟ୍ଟ। ଡିଭିଭି ଦାନାୟାଙ୍କ ପ୍ରଯୋଜିତ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରଟି ଗତବର୍ଷ ଅକ୍ଟୋବର ୧୩ ତାରିଖ ଅର୍ଥାତ୍ ଦଶହରାରେ ରିଲିଜ୍ କରିବାକୁ ତାରିଖ ନିର୍ଦ୍ଧାରିତ ହେଇଥିଲେ ମଧ୍ୟ ନିର୍ଦ୍ଦେଶକ ରାଜାମୌଲୀଙ୍କ ପରାମର୍ଶ କ୍ରମେ ଏହାର ପ୍ରଯୋଜକ ସିନେମାଟିର ରିଲିଜ୍‌ ତାରିଖ ଘୁଞ୍ଚାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe