'ନାଟୁ-ନାଟୁ'କୁ ଓସ୍କାର ମିଳିବା ପରେ ଅମିତ ଶାହଙ୍କୁ ଭେଟିଲେ ରାମଚରଣ-ଚିରଞ୍ଜିବୀ

'ନାଟୁ-ନାଟୁ'କୁ ଓସ୍କାର ମିଳିବା ପରେ ଅମିତ ଶାହଙ୍କୁ ଭେଟିଲେ ରାମଚରଣ-ଚିରଞ୍ଜିବୀ

siasat

ନୂଆଦିଲ୍ଲୀ: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିବା ସହ କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିଲା। ଓସ୍କାରରେ କମାଲ କରିବା ପରେ ଏବେ ଭାରତ ଫେରିଛନ୍ତି ଓସ୍କାର ବିଜୟୀ।

ଭାରତ ଫେରିବା ପରେ ଶୁକ୍ରବାର ଦିନ ‘ଆର୍‌ଆର୍‌ଆର୍‌’ର ଅନ୍ୟତମ ମୁଖ୍ୟ ଅଭିନେତା ରାମଚରଣ ଏବଂ ତାଙ୍କ ବାପା ତଥା ସୁପରଷ୍ଟାର ଚିରଞ୍ଜିବୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ଦେଖାଯାଇଛି। ରାମଚରଣ ଏକ ପୁଷ୍ପଗୁଚ୍ଛ ଏବଂ ପାରମ୍ପାରିକ ଶାଲ୍ ଗୃହମନ୍ତ୍ରୀଙ୍କୁ ଦେଇଥିବା ଜଣାପଡ଼ିଛି। ଏଥିସହିତ ଅମିତ ଶାହା ରାମଚରଣଙ୍କୁ ଅଭିନନ୍ଦନ ଜଣାଇବା ସହ ଲାଲ ରଙ୍ଗର ଶାଲ୍ ଦେଇ ତାଙ୍କୁ ସମ୍ମାନିତ କରିଥିବା କୁହାଯାଉଛି। ଏବେ ଚର୍ଚ୍ଚା ହେଉଛି ଯେ ରାମଚରଣ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe