‘ଆରଆରଆର’କୁ ଓସ୍କାର ଜିତେଇବା ପାଇଁ ଏଭଳି କଠିନ ପରିଶ୍ରମ କରିଥିଲେ ରାଜମୌଲିଙ୍କ ପୁଅ

Advertisment
‘ଆରଆରଆର’କୁ ଓସ୍କାର ଜିତେଇବା ପାଇଁ ଏଭଳି କଠିନ ପରିଶ୍ରମ କରିଥିଲେ ରାଜମୌଲିଙ୍କ ପୁଅ

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ଜିତି  ସିନେମା ‘ଆରଆରଆର’ ଭାରତର ସମ୍ମାନ ବୃଦ୍ଧି କରିଛି। ଏହି ପୁରସ୍କାର ପାଇଥିବା ଚଳଚ୍ଚିତ୍ରର ଗୀତକୁ ସବୁଠାରେ ପ୍ରଶଂସା କରାଯାଉଛି। ଭାରତର ଶ୍ରେଷ୍ଠ ସିନେମା ନିର୍ଦେଶକ ଭାବେ ଜଣାଶୁଣା ଏସଏସ ରାଜମୌଲିଙ୍କ ସିନେମା ‘ଆରଆରଆର’ ଏକବର୍ଷ ପୂର୍ବେ ୨୦୨୨ ମାର୍ଚ୍ଚ ୨୪ ତାରିଖରେ ରିଲିଜ ହୋଇଥିଲା।

ଗତ ଏକବର୍ଷ ମଧ୍ୟରେ ଭାରତରେ ନୁହେଁ, ସମଗ୍ର ଦୁନିଆରେ ଖୁବ ଚର୍ଚ୍ଚାରରେ ଥିବାର ସିନେମା ‘ଆରଆରଆର’ ଓସ୍କାର ପୁରସ୍କାର ପାଇ ଭାରତୀୟ ସିନେମାଜଗତର ଟେକ ରଖିଛି। ବିଶ୍ବର ସବୁଠାରୁ ଶ୍ରେଷ୍ଠ ସିନେମା ଆୱାର୍ଡ ଓସ୍କାର ଜିତିବା ପାଇଁ ସିନେମା ଭଲ ହେବା ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହୋଇଥାଏ।

‘ଆରଆରଆର’ ଓସ୍କାର ପାଇବା ପଛରେ ଅନେକ ଲୋକ ଖୁବ ପରିଶ୍ରମ କରିଛନ୍ତି। ଏହି ସିନେମାକୁ ନେଇ ଦିନରାତି ଏକ କରି କ୍ୟାମ୍ପନିଂ କରିବା ପରେ ‘ଆରଆରଆର’ ଟିମ ଓସ୍କାର ନେଇ ଫେରିଛନ୍ତି। ଏହି କ୍ରମରେ ରାଜମୌଲିଙ୍କ ପୁଅବି କଠିନ ପରିଶ୍ରମ କରିଥିବା ଚର୍ଚ୍ଚା ହେଉଛି। ସେ ବାପାଙ୍କ ‘ଆରଆରଆର’ ସିନେମାର କ୍ୟାମ୍ପନିଂ ପାଇଁ ନିଜ ସିନେମାକୁ ଛାଡ଼ି ଦେଇଥିଲେ।

‘ଆରଆରଆର’କୁ ଓସ୍କାର ମିଳିବା ପରେ ରାଜମୌଲିଙ୍କ ‘ବାହୁବଳୀ’ ଫ୍ରେନଚାଇଜିର ପ୍ରଯୋଜକ ସୋବୁ ୟରଲାଗଡ଼ା କାର୍ତ୍ତିକେୟଙ୍କୁ ସ୍ବତନ୍ତ୍ର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘ଏକ ସ୍ବତନ୍ତ୍ର ପ୍ରଶଂସା କାର୍ତ୍ତିକେୟ ପାଇଁ, ଯିଏ ସିନେମାକୁ ଏପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି। ପରଦା ପଛରେ ରହି ଏକ ଶକ୍ତିଶାଳୀ କ୍ୟାମ୍ପନିଂର ନେତୃତ୍ବ ନେଇଥିଲେ ସେ। ଭଲ ଉଦ୍ୟମ କାର୍ତ୍ତିକେୟ। ତୁମେ ଏହାକୁ କରି ଦେଖାଇଲ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe