୧୦୦ କୋଟିରେ ଫଟୋ ପାଇଁ ଡିଲ୍

Advertisment
୧୦୦ କୋଟିରେ ଫଟୋ ପାଇଁ ଡିଲ୍

The Google

ରାଜସ୍ଥାନର ବିଳାସପୂର୍ଣ୍ଣ ସିକ୍ସ ସେନ୍ସ ହୋଟେଲରେ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଆୟୋଜିତ ହୋଇଛି। ମାତ୍ର ୧୨୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ଅତିଥିମାନଙ୍କ ପାଇଁ ବି କେତେକ ସର୍ତ୍ତ ରଖାଯାଇଛି ଯେ ସେମାନେ ଫଟୋ ଉଠାଇପାରିବେ ନାହିଁ କି ବାହାଘର ବିଷୟରେ ବାହାରେ ଚର୍ଚ୍ଚା କରିବେ ନାହିଁ ଇତ୍ୟାଦି। କିନ୍ତୁ ଫଟୋଉଠା ଉପରେ ପ୍ରତିବନ୍ଧ ଲାଗିଥିଲେ ମଧ୍ୟ ଦୀପାବଳିରେ ହୋଇଥିବା ସେମାନଙ୍କ ନିର୍ବନ୍ଧଠାରୁ ଆରମ୍ଭ କରି ବର୍ତ୍ତମାନର ସଂଗୀତ ଓ ମେହେନ୍ଦି ଆଦି ସବୁ କାର୍ଯ୍ୟକ୍ରମର ଭଳିକି ଭଳି ଫଟୋ ସୋସିଆଲ ମିଡ଼ିଆରେ ଓ ବିଭିନ୍ନ ୱେବ୍‌ସାଇଟରେ ଦେଖିବାକୁ ମିଳୁଛି।

ତେବେ ବିବାହ ସମାରୋହକୁ ପ୍ରାଇଭେଟ୍ ରଖାଯିବାର କାରଣ କ’ଣ ତାହା ଏବେ ପଦାକୁ ଆସିଛି। ସୂଚନା ଅନୁସାରେ ଏକ ଓଟିଟି କମ୍ପାନି ବିବାହ ଫଟୋ ପାଇଁ ବଡ଼ ଅଫର ଦେଇଛି। ୧୦୦ କୋଟି ଟଙ୍କାର ଅଫର। ସେଥିପାଇଁ କ୍ୟାଟ୍ରିନା ଓ ଭିକ୍କି ଫଟୋ ଯେପରି ଲିକ୍ ନ ହୁଏ ସେଥିପାଇଁ ଖାସ୍ ବ୍ୟବସ୍ଥା କରିଛନ୍ତି। ଖବର ଅନୁସାରେ ଯେଉଁ ଓଟିଟି କମ୍ପାନି ଅଫର ଦେଇଛି ସେ ଦୁହିଁଙ୍କ ବିବାହର ଭିଡିଓଗୁଡ଼ିକୁ ଓଟିଟି ପ୍ଲାଟଫର୍ମରେ ଛାଡ଼ିବାକୁ ଯୋଜନା କରିଛି। ତେବେ କ୍ୟାଟ୍ରିନା ଓ ଭିକ୍କିଙ୍କ ଦ୍ବାରା ସେମାନଙ୍କ ବିବାହ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇ ନାହିଁ।

ଏ ପ୍ରକାର ଟ୍ରେଣ୍ଡ୍ ନୂଆ ନୁହେଁ। ଆଗରୁ କେତେକ ଷ୍ଟାର ସେଲିବ୍ରିଟି ବି ଏହାକୁ ଆପଣେଇଛନ୍ତି। କେତେକ ବାହାର ଦେଶରେ ବି ଏହି ଧାରା ବହୁ ଆଗରୁ ଚାଲିଆସୁଛି। କେତେକ ସେଲିବ୍ରିଟି ନିଜ ବିବାହର ଏକ୍ଲୁସିଭ୍ ଫଟୋ ଓ ଭିଡିଓଗୁଡ଼ିକର ରାଇଟ୍‌କୁ କୌଣସି କମ୍ପାନିକୁ ମୋଟା ମୂଲ୍ୟ ବିନିମୟରେ ବିକ୍ରି କରିଦେଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe