Tower On Shahrukh's Name Photograph: (sambad.in)
ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଅତି ଲୋକପ୍ରିୟ। ତାଙ୍କର ଲୋକପ୍ରିୟତା ଦେଶ ସହ ବିଦେଶରେ ମଧ୍ୟରେ ରହିଛି। ବିଶେଷ କରି ଆରବ ଦେଶର ଲୋକମାନେ ତାଙ୍କ ଫିଲ୍ମ ପାଇଁ ପାଗଳ। ଅନେକ ଥର ଦୁବାଇର ଆଇଫିଲ୍ ଟାୱାରରେ ଶାହରୁଖଙ୍କ ଫିଲ୍ମର ଟିଜର ଦେଖିବାକୁ ମିଳିଥାଏ। ଏମିତି କି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ଆଇଫିଲ୍ ଟାୱାରରେ ତାଙ୍କ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥାଏ। ଏବେ, ଆରବ ଦେଶ ଶାହରୁଖଙ୍କୁ କେତେ ଭଲ ପାଏ ତାହା ପୁଣି ଥରେ ପ୍ରମାଣ କରିଛନ୍ତି। ସୂଚନା ମିଳିଛି ଯେ, ଦୁବାଇରେ ଏହି ସୁପରଷ୍ଟାରଙ୍କ ନାମରେ ଏକ ବିଳାସପୂର୍ଣ୍ଣ ଟାୱାର ନିର୍ମାଣ ହେବାକୁ ଯାଉଛି, ଯାହାର ମୂଲ୍ୟ ୪ହଜାର କୋଟିରୁ ଅଧିକ ହେବ।
ଶାହରୁଖ ଖାନଙ୍କ ନାମରେ ନିର୍ମାଣ ହେବ କୋଠା
ଶୁକ୍ରବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଶାହରୁଖ ଖାନ ଉପସ୍ଥିତ ଥିଲେ। ସେ ତାଙ୍କ ନାମରେ ନାମିତ "Shahrukh's Danube" ନାମକ କୋଠାର ଉଦଘାଟନ କରିଥିଲେ। ତାଙ୍କ ସହିତ କୋଠାର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ରିଜୱାନ ସନଜ ମଧ୍ୟ ଥିଲେ, ଯିଏ ସୁପରଷ୍ଟାରଙ୍କ ନାମରେ ଏହି ବିଳାସପୂର୍ଣ୍ଣ କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଖୁସି ଜାହିର କଲେ ଶାହରୁଖ
କାର୍ଯ୍ୟକ୍ରମରେ ସୁପରଷ୍ଟାର ଶାହରୁଖ ତାଙ୍କ ନାମରେ କୋଠା ନିର୍ମାଣ ହେବା ନେଇ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ। ସେ କାର୍ଯ୍ୟକ୍ରମରେ କହିଥିଲେ ଯେ, "ଯଦି ମୋ ମାଆ ଆଜି ବଞ୍ଚିଥାନ୍ତେ, ତେବେ ସେ ବହୁତ ଖୁସି ହୋଇଥାନ୍ତେ। ଏହା ଏକ ବଡ଼ ସମ୍ମାନ। ଯେତେବେଳେ ମୋ ପିଲାମାନେ ଯିବେ, ମୁଁ ସେମାନଙ୍କୁ କହିବି, 'ଦେଖ, ଏଥିରେ ବାପାଙ୍କ ନାମ ଲେଖା ହୋଇଛି। ଏହା ବାପାଙ୍କ କୋଠା"
କୋଠାର କାମ କେମେ ଶେଷ ହେବ? ଖର୍ଚ୍ଚ ହେବ?
"Shahrukh's Danube" ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହାର ନିର୍ମାଣ ମୂଲ୍ୟ ପ୍ରାୟ ୪ହଜାର କୋଟି ହେବ ବୋଲି ଆକଳନ କରାଯାଇଛି। ଏହି ଟାୱାରରେ ୫୬ମହଲା ରହିବ। ଏହି ଟାୱାରରେ ଏକ ହେଲିପ୍ୟାଡ୍ ଏବଂ ଏକ ସୁଇମିଂ ପୁଲ ମଧ୍ୟ ରହିବ।
Follow Us