ରୁବିନାଙ୍କ ପୂର୍ବତନ ପ୍ରେମିକାଙ୍କୁ ଅଭିନବ କହିଲେ, ‘ମୋ ସ୍ତ୍ରୀ କ’ଣ ମୋତେ ବୁଝାଇବା ଆବଶ୍ୟକ ନାହିଁ’

Advertisment
ରୁବିନାଙ୍କ ପୂର୍ବତନ ପ୍ରେମିକାଙ୍କୁ ଅଭିନବ କହିଲେ, ‘ମୋ ସ୍ତ୍ରୀ କ’ଣ ମୋତେ ବୁଝାଇବା ଆବଶ୍ୟକ ନାହିଁ’

ନୂଆଦିଲ୍ଲୀ: ଅଭିନେତ୍ରୀ ରୁବିନା ଦିଲୈକଙ୍କ ସ୍ବାମୀ ଅଭିନବ ଶୁକ୍ଳା ଅବିନାଶ ସଚଦେବଙ୍କୁ କଡ଼ା ଜବାବ ଦେଇଛନ୍ତି। ଅବିନାଶ ସଚଦେବ ହେଉଛନ୍ତି ରୁବିନାଙ୍କ ପୂର୍ବତନ ପ୍ରେମିକ।

ଅବିନାଶ ବିଗବସ ଓଟିଟି-୨ରୁ ବାହାରକୁ ଆସିବା ପରେ ରୁବିନା ସୁରକ୍ଷିତ ନାହାନ୍ତି ବୋଲି ଏକ ବିବୃତ୍ତି ଦେଇଥିଲେ।  ଏହାକୁ ନେଇ ଅଭିବନ ଅବିନାଶଙ୍କୁ ଏବେ ଜବାବ ଦେଇ ପୁରୁଷ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି।

ଅବିନାଶ ବିଗବସ ଓଟିଟିରୁ ବାହାରକୁ ଅସିବା ପରେ କହିଥିଲେ, ‘ମୋତେ ଯେତେବେଳେ ରୁବିନା ଓ ମୋର ସମ୍ପର୍କ ବିଷୟରେ ପଚରାଯାଇଥିଲା। ମୁଁ କହିଥିଲି ଆମର ୨୦୧୨ ମସିହାରୁ ବ୍ରେକଅପ ହୋଇଯାଇଛି। ସେତେବେଳେ ରୁବିନାଙ୍କ ବୟସ ୨୨ବର୍ଷ ଥିବା ବେଳେ ମୋତେ ୨୫ବର୍ଷ ହୋଇଥିଲା। ତେଣୁ ଏବୟସରେ ଭୁଲ ହେବାର ଅନେକ ସମ୍ଭାବନା ରହିଥାଏ। କିନ୍ତୁ ଶୁକ୍ଳା ଏବେ କାହିଁକି ପ୍ରତିକ୍ରିୟା ଦେଉଛନ୍ତି। ଯଦି କିଛି ଆପତ୍ତି ଥିଲା ମୋତେ ସେତେବବେଳେ ହିଁ କହି ଦେଇଥାଆନ୍ତେ। ମୁଁ କେଉଁ କଥା କେଉଁ ଉଦ୍ଦେଶ୍ୟରେ କହିଥିଲି ତାହା ସେତେବେ‌ଳେ ଜଣାପଡ଼ି ଯାଇଥାଆନ୍ତା।

ଅଭିନବ ଶୁକ୍ଳା ଅବିନାଶଙ୍କ ପ୍ରତିକ୍ରିୟାକୁ ନେଇ ଅନେକଦିନ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଇଏ କୌଣସି କାମରେ ଆସିବ ନାହିଁ। ତୁମେ ପୁରୁଷ ହୋଇ ରୁହ। ମୋତେ ବୁଝାଅ ନାହିଁ ମୋ ସ୍ତ୍ରୀ କେମିତି। ଅତିଥ କଥା ମନେପକାଇବାର ଏବେ କୌଣସି କାରଣ ନାହିଁ।

ଅଭିନବ ଶୁକ୍ଳାଙ୍କ ସହିତ ରୁବିନାଙ୍କ ୨୦୧୮ରେ ବିବାହ ହୋଇଥିଲା। ଦୁହେଁ ନିକଟରେ ଯାଆଁଳା ସନ୍ତାନଙ୍କୁ ସ୍ବାଗତ କରି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe