ଗର୍ଭଧାରଣ ଗୁଜବ ପରେ ରୁବିନା ଲେଖିଲେ ‘ପୋଷ୍ଟ୍‌ କଲେ ପ୍ରଶ୍ନ, ନକଲେ ବି ପ୍ରଶ୍ନ’

Advertisment
ଗର୍ଭଧାରଣ ଗୁଜବ ପରେ ରୁବିନା ଲେଖିଲେ ‘ପୋଷ୍ଟ୍‌ କଲେ ପ୍ରଶ୍ନ, ନକଲେ ବି ପ୍ରଶ୍ନ’

Outlook India

ମୁମ୍ବାଇ: ‘ଶକ୍ତି’ ଏବଂ ‘ଛେ‌ାଟି ବୋହୂ’ ଧାରାବାହିକ ଜରିଆରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ବନାଇଥିବା ଟେଲି ଅଭିନେତ୍ରୀ ରୁବିନା ଦିଲାଏକ ଏବେ ମାଆ ବନିବେ ବୋଲି ଚର୍ଚ୍ଚ‌ା ହେଉଛି। ଦୁନିଆ ତାଙ୍କୁ ଗର୍ଭବତୀ ବୋଲି କହି ଶୁଭେଚ୍ଛା ଦେଉଥିବା ବେଳେ ସେ ‌ଏବେ ଏ ସଂପର୍କରେ ନିଜର ନୀରବତା ଭଙ୍ଗ କରିଛନ୍ତି। ଏହା ଏକ ଗୁଜବ ବୋଲି ଜାଣିବାକୁ ମିଳିଛି।

ତେବେ ରୁବିନାଙ୍କୁ ନେଇ ଏପରି ଚର୍ଚ୍ଚା ହେଉଥିବା ବେଳେ ସେ ଏବେ ଏକ ପୋଷ୍ଟ କରି କହିଛନ୍ତି, ‘ପୋଷ୍ଟ୍‌ କଲେ ବି ପ୍ରଶ୍ନ, ପୋଷ୍ଟ୍‌ ନକଲେ ବି ପ୍ରଶ୍ନ’। ରୁବିନା ବିମାନରେ ବସି ଏକ କାଜୁଆଲ୍‌ ଲୁକ୍‌ର ଫଟୋ ସେୟାର କରି ଏପରି ଲେଖିଛନ୍ତି।

‘ବିଗବସ-୧୪’ର ବିଜେତା ରୁବିନା ଦିଲାଏକ ଟେଲିଭିଜନର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ରୁବିନା ପ୍ରାୟତଃ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଚର୍ଚ୍ଚା ହୋଇଥିଲା ଯେ ଅଭିନେତ୍ରୀ ମାଆ ବନିବାକୁ ଯାଉଛନ୍ତି। ଅବଶ୍ୟ ସେ ନିଜେ ଏ ସଂପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରିନଥିଲେ, ତାଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରୁ ପ୍ରଶଂସକମାନେ ଖାଲି ଅନୁମାନ କରିଥିଲେ।

ରୁବିନା ଟିଭି ଅଭିନେତା ଅଭିନବ ଶୁକ୍ଳାଙ୍କୁ ୫ ବର୍ଷ ତଳୁ ବିବାହ କରିଛନ୍ତି। ଦୁହେଁ ଏକାସାଥୀରେ ବିଗ୍‌ବସ୍‌-୧୪ରେ ନଜର ଆସିଥିଲେ। ଏହି ରିୟଲିଟି ସୋ’ର ଟ୍ରଫିକୁ ନିଜ ନାମରେ କରିଥିଲେ ରୁବିନା।

ହିମାଚଳ ପ୍ରଦେଶର ସିମଳାଠାରେ ୧୯୮୭ ଅଗଷ୍ଟ ୨୬ ତାରିଖରେ ଜନ୍ମିତ ରୁବିନା ହାଇସ୍କୁଲ ଶିକ୍ଷା ବେଳେ ତର୍କ ପ୍ରତିଯୋଗିତାରେ ଜାତୀୟ ସ୍ତରୀୟ ଚାମ୍ପିଅନ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe