keerthy-suresh Photograph: (Sambad.in)
ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ କୀର୍ତ୍ତି ସୁରେଶ ନିକଟରେ ଆଣ୍ଟୋନି ଥାଟିଲଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ବଲିଉଡ ଡେବ୍ୟୁ ଚଳଚ୍ଚିତ୍ର ବେବି ଜନ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଏହି ଚଳଚ୍ଚିତ୍ରରେ ବରୁଣ ଧାୱନଙ୍କ ସହ ନଜର ଆସିବେ।
ଏହି ଚଳଚ୍ଚିତ୍ରରେ ଜ୍ୟାକି ଶ୍ରଫ୍ ଏବଂ ଭାମିକା ଗାବି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏବେ ଚଳଚ୍ଚିତ୍ର ଏବଂ ବିବାହ ସହିତ ସେ ସିନେମା ଜଗତକୁ ବିଦାୟ ଦେବାକୁ ଯାଉଥିବା ଖବର ପାଇଁ ମଧ୍ୟ ଖବରରେ ଅଛନ୍ତି।
କୀର୍ତ୍ତି ସୁରେଶ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ଯାଉଥିବା ଖବର ନେଇ ପ୍ରଶଂସକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ଜାରି ରହିଛି। ତେବେ ଅଭିନେତ୍ରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ।
ଅଧିକ ପଢ଼ନ୍ତୁ: ୟୁକ୍ରେନର ରୋବଟ୍ ସେନା ପ୍ରଥମ ଯୁଦ୍ଧ ଜିତିଲା
ବିବାହ ପରେ କୀର୍ତ୍ତି ସୁରେଶ କାମକୁ ଫେରିଥିଲେ। ସେ ବେବି ଜନ୍ ଫିଲ୍ମର ଜୋରଦାର ପ୍ରମୋସନ କରିଥିଲେ। ଏଥିରୁ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ମନେ ହେଉଛି ଯେ ସେ ବିବାହ ପରେ ମଧ୍ୟ ନିଜ କାମ ଛାଡିବେ ନାହିଁ। ମାତ୍ର ଏବେ ଆଲୋଚନା ହେବାରେ ଲାଗିଛି ଯେ,ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବାକୁ ଯାଉଛନ୍ତି।
ଅଧିକ ପଢ଼ନ୍ତୁ: ଗର୍ଲଫ୍ରେଣ୍ଡ ନା ପରିବାର ସଦସ୍ୟ କିଏ ଅଧିକ ଭଲପାଉଛି ଜାଣିବାକୁ ଏଭଳି କଲେ ପରୀକ୍ଷା
Follow Us