ରାଗ ଦେଖାଇବା ପରେ ଟ୍ରୋଲ ହେଲେ ଅଭିନେତ୍ରୀ

ରୁପାଲି ନିକଟରେ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରେ ସେ ଜଣେ ବ୍ୟକ୍ତିଙ୍କ ଉପରେ ରାଗି ଯାଇଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ରୁପାଲିଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।

wqewqe

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ଅନୁପମା ସୋ’ କରିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। 

ସୋସିଆଲ ମିଡିଆରେ ରୁପାଲି ଖୁବ ସକ୍ରିୟ ଥାଆନ୍ତି। ପ୍ରତିଦିନ କିଛି ନା କିଛି ପୋଷ୍ଟ ସେୟାର କରିଥାନ୍ତି। ରୁପାଲି ନିକଟରେ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରେ ସେ ଜଣେ ବ୍ୟକ୍ତିଙ୍କ ଉପରେ ରାଗି ଯାଇଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ରୁପାଲିଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।

ଲୋକେ ରୁପାଲିଙ୍କୁ ଟ୍ରୋଲ କରି କହୁଛନ୍ତି, ‘କିଛି କାରଣ ନଥାଇ ଏତେ ରାଗ କ’ଣ ପାଇଁ। ଲୋକେ ଆବଶ୍ୟକତା ଠାରୁ ଅଧିକ ଉପରକୁ ଉଠିଗଲେ ଏଭଳି ସ୍ବଭାବ ଦେଖାଇବା ଆରମ୍ଭ କରି ଦିଅନ୍ତି। ରୁପାଲି ଗଣମାଧ୍ୟମ ସହ ଜୟା ବଚ୍ଚନଙ୍କ ଭଳି ଆଚରଣ କରିଥିଲେ। ଏହା ଆଦୌ ଶୋଭା ଦେଉ ନାହିଁ। କାରଣ ଏହି ଫ୍ୟାନ୍ସ ଓ ଗଣମାଧ୍ୟମ ପାଇଁ ହିଁ ଅଭିନେତା ଓ ଅଭିନେତ୍ରୀମାନେ ଆଗକୁ ବଢ଼ିଥାଆନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe