୫୦କୋଟିର ମାନହାନି ମକଦ୍ଦମାର ନୋଟିସ୍ ପାଇ ଇନଷ୍ଟା ପୋଷ୍ଟ ହଟାଇଲେ ଈଶା

Advertisment

୫୦କୋଟିର ମାନହାନି ମକଦ୍ଦମାର ନୋଟିସ୍ ପାଇ ଇନଷ୍ଟା ପୋଷ୍ଟ ହଟାଇଲେ ଈଶା ବର୍ମା। ରୁପାଲି, ଈଶା ଓ ତାଙ୍କ ମା'ଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯ୍ୟାତନା ଦେଇଥିବା ନେଇ ଦାବି କରିଥିଲେ ଈଶା | ଏଭଳି ଆରୋପ ପରେ ରୁପାଲି ତାଙ୍କ ବିରୋଧରେ ୫୦କୋଟିର ମାନହାନି ମକଦ୍ଦମା କରିଥିଲେ।

୫୦କୋଟିର ମାନହାନି ମକଦ୍ଦମାର ନୋଟିସ୍ ପାଇ ଇନଷ୍ଟା ପୋଷ୍ଟ ହଟାଇଲେ ଈଶା ବର୍ମା। ରୁପାଲି, ଈଶା ଓ ତାଙ୍କ ମା'ଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯ୍ୟାତନା ଦେଇଥିବା ନେଇ ଦାବି କରିଥିଲେ ଈଶା | ଏଭଳି ଆରୋପ ପରେ ରୁପାଲି ତାଙ୍କ ବିରୋଧରେ ୫୦କୋଟିର ମାନହାନି ମକଦ୍ଦମା କରିଥିଲେ।

trupa

ମୁମ୍ବାଇ: ୫୦କୋଟିର ମାନହାନି ମକଦ୍ଦମାର ନୋଟିସ୍ ପାଇ ଇନଷ୍ଟା ପୋଷ୍ଟ ହଟାଇଲେ ଅନୁପମା ଧାରାବାହିକରେ ଅନୁପମା ଚରିତ୍ର କରି ଘରେ ଘରେ ଲୋକପ୍ରିୟ ହୋଇଥିବା ରୁପାଲି ଗାଙ୍ଗୁଲି ସାବତ ଈଶା ବର୍ମା। ଈଶା ୨୦୨୦ରେ ଲଗାଇଥିବା ଆରୋପ ଏବେ ପୁଣି ଥରେ ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରୁପାଲି, ଅଶ୍ବିନ କେ ବର୍ମାଙ୍କୁ ବିବାହ କରିଛନ୍ତି। ଏହା ଅଶ୍ବିନଙ୍କ ତୃତୀୟ ବିବାହ। ତେବେ ଅଶ୍ବିନଙ୍କ ଦ୍ବିତୀୟ ବିବାହ ଭାଙ୍ଗି ତାଙ୍କୁ ରୂପାଲି ବିବାହ କରିଥିଲେ ବୋଲି ଦାବି କରିଥିଲେ ସାବତ ଝିଅ ଈଶା ବର୍ମା, ଯାହାକୁ ନେଇ ବିବାଦରେ ଅଛନ୍ତି ରୁପାଲି |

ରୁପାଲି, ଈଶା ଓ ତାଙ୍କ ମା'ଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯ୍ୟାତନା ଦେଇଥିବା ନେଇ ଦାବି କରିଥିଲେ ଈଶା | ଏଭଳି ଆରୋପ ପରେ ଚୁପ ଥିବା ରୁପାଲି ଈଶାଙ୍କ ଏଭଳି ଆରୋପ ପାଇଁ ତାଙ୍କ ବିରୋଧରେ  ୫୦କୋଟିର ମାନହାନି ମକଦ୍ଦମା କରିଥିଲେ। ଏନେଇ ଈଶାଙ୍କୁ ନୋଟିସ୍ ଯିବା ପରେ ଏବେ ସେ ରୁପାଲିଙ୍କ ବିରୋଧରେ କରିଥିବା ଇନଷ୍ଟା ପୋଷ୍ଟ ହଟାଇ ଦେଇଛନ୍ତି। ଏହା ସହ ସେ ନିଜ ଅକାଉଣ୍ଟକୁ ପ୍ରାଇଭେଟ ମଧ୍ୟ କରିଦେଇଛନ୍ତି। ଏହା କରି ସେ ନିଜ ଫଲୋୟର୍ସଙ୍କୁ ଧନ୍ୟବାଦ ଦେବା ସହ କିଛି ଦିନ ସେ ନିଜକୁ ଏସବୁରୁ ଦୂରେଇ ରଖିବାକୁ ଚାହୁଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୦ରେ ଈଶା ଦାବି କରିଥିଲେ ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ | ରୁପାଲି ଗାଙ୍ଗୁଲିଙ୍କ ଅସଲ କାହାଣୀ କେହି ଜାଣନ୍ତି କି? ସେ ମୋ ବାପା ଅଶ୍ୱିନ କେ ବର୍ମାଙ୍କ ସହ ୧୨ବର୍ଷ ଧରି ଅନୈତିକ ସମ୍ପର୍କ ରଖିଥିଲେ। ଆମେ ସେତେବେଳେ ଛୋଟ ଥିଲୁ ବୋଲି କିଛି କରିପାରିନଥିଲେ। ମୋ ବାପା ଆମ କଥା କି ଆମ ମା’ଙ୍କ କଥା ନଭାବି ରୂପାଲିଙ୍କ ସହ ସମୟ ବିତାଉଥିଲେ। ବାପା ମୁମ୍ବାଇ ଆସିବା ପୂର୍ବରୁ ୧୩-୧୪ ବର୍ଷ ପର୍ଯ୍ୟନ୍ତ ନ୍ୟୁ ଜର୍ସି ଏବଂ କାଲିଫର୍ଣ୍ଣିଆରେ ରହୁଥିଲେ। ହେଲେ ରୁପାଲିଙ୍କ ପାଇଁ ସେ ଆମକୁ ଛାଡ଼ି ମୁମ୍ବାଇ ଆସିଥିଲେ। ତାଙ୍କ ପାଇଁ ଆମ ଘର ଭାଙ୍ଗିଗଲା। ରୁପାଲି ସର୍ବଦା ଗଣମାଧ୍ୟମରେ ଦାବି କରନ୍ତି ଯେ ତାଙ୍କ ବିବାହିତ ଜୀବନ କେତେ ଭଲ। ହେଲେ ପ୍ରକୃତରେ ସେ ବାପାଙ୍କୁ ନିୟନ୍ତ୍ରଣ କରି ରଖିଛନ୍ତି | ଯେତେବେଳେ ବି ମୁଁ ମୋ ବାପାଙ୍କ ସହ କଥା ହେବାକୁ ଚେଷ୍ଟା କରେ, ସେ ପାଟି କରିବା ଆରମ୍ଭ କରନ୍ତି ଓ ଆମକୁ ହତ୍ୟା ଧମକ ଦିଅନ୍ତି।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe