ପ୍ରଥମ ଫିଲ୍ମରେ ରୁପାଲିଙ୍କୁ ମିଳିଥିଲା ଦୃଷ୍ଟିହୀନା ଭୂମିକା!

Advertisment
ପ୍ରଥମ ଫିଲ୍ମରେ ରୁପାଲିଙ୍କୁ ମିଳିଥିଲା ଦୃଷ୍ଟିହୀନା ଭୂମିକା!

ଓଡ଼ିଆ ଚଳଚ୍ଚିତ୍ର ନାୟିକାମାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥାଏ।କେତେକ ନାୟକଙ୍କ ଅଭିନୀତ ଚରିତ୍ରଟି ଗ୍ଲାମରସ୍‌ ,ତ ପୁଣି କେତେବେଳେ ତାଙ୍କୁ ଡ଼ିଗ୍ଲାମରସ୍‌ ରୋଲ୍‌ରେ ଦେଖିବାକୁ ପାଇଛନ୍ତି ଦର୍ଶକ।ପୁଣି ହଁ ସିନେମାରେ ଅତ୍ୟାଧୁନିକା ବନିଛନ୍ତି ତ ପୁଣି କେଉଁଥିରେ ଗାଉଁଲୀ ଝିଅର ଭୂମିକା ମିଳିଛି ନାୟିକାମାନଙ୍କୁ ।
କେତେକ ସିନେମାରେ ନାୟିକାଙ୍କୁ ଦୃଷ୍ଟିହୀନା ଭୂମିକାରେ ଦେଖିବାକୁ ମିଳିଛି।ଏମିତି ଜଣେ ନାୟିକା ହେଲେ ରୁପାଲି,ଯାହାଙ୍କୁ ତାଙ୍କର ପ୍ରଥମ ଓଡ଼ିଆ ଛବିରେ ମିଳିଥିଲା ଏଭଳି ଚରିତ୍ରଟିଏ।ହଁ ରୁପାଲିଙ୍କ ଅଭିନୀତ ପ୍ରଥମ ସିନେମା ହେଲା ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ତୋ ବିନା ଭଲଲାଗେନା’।ଏଥିରେ ତାଙ୍କ ବିପକ୍ଷରେ ଥିଲେ ଦୁଇଜଣ ନାୟକ।ଏମାନଙ୍କ ମଧ୍ୟରୁ ଜଣେ ସବ୍ୟସାଚ୍ଚୀ ଓ ଆର ଜଣକ ପୁପିନ୍ଦର୍‌।
ଏକ ପ୍ରେମ ତ୍ରିକୋଣ ଉପରେ ଆଧାରିତ ‘ତୋ ବିନା ଭଲ ଲାଗେନା’ରେ ରୁପାଲିଙ୍କ ଅଭିନୟ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା।ଏହାପରେ ସେ ‘ମନେ ରହିବ ଏ ପ୍ରେମ କାହାଣୀ’ଭଳି ସିନେମାରେ ନଜର ଆସିଥିଲେ ନାୟିକା ଭୂମିକାରେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe