ଅଜିମ୍‌ଙ୍କୁ ବାହା ହେବେନି ସବା

Advertisment
ଅଜିମ୍‌ଙ୍କୁ ବାହା ହେବେନି ସବା

oyeyeah.com

‘ହିନ୍ଦୀ ମିଡିୟମ୍‌’ର ଅଭିନେତ୍ରୀ ସବା କମର୍‌ ନିଜ ପୁରୁଷ ବନ୍ଧୁ ଅଜିମ୍ ଖାନ୍‌ଙ୍କୁ ବିବାହ କରିବେନି। ଯୌନ ଶୋଷଣ ଅଭିଯୋଗ ସାଙ୍ଗକୁ ତାଙ୍କୁ ବ୍ୟକ୍ତିଗତ ଭାବେ କେବେ ଭେଟି ନଥିବାରୁ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ଏହି ପାକିସ୍ତାନୀ ଅଭିନେତ୍ରୀ। ଏହି ପରିପ୍ରେକ୍ଷୀରେ ସେ ଅଜିମ୍‌ଙ୍କ ସହ ହେବାକୁ ଥିବା ନିର୍ବନ୍ଧକୁ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ସବା କହିଛନ୍ତି, ଉଦ୍ୟୋଗପତି ଅଜିମଙ୍କ ସହ ସେ କେବଳ ଫୋନ୍‌ରେ କଥା ହୋଇଛନ୍ତି, ସାମ୍ନାସାମ୍ନି ତାଙ୍କୁ କେବେ ଭେଟି ନାହାନ୍ତି କି ତାଙ୍କ ବିଷୟରେ ବେଶି କିଛି ଜାଣିନାହାନ୍ତି। ତେବେ ସାମାଜିକ ଗଣମାଧ୍ୟମରେ ସବା ଏହି ପୋଷ୍ଟ୍ କରିବା ପରେ ଅଜିମ୍ ସବୁ ନିଜର ଦୋଷ ବୋଲି ଲେଖିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ସବା ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟରେ ଉଲ୍ଲେଖ କରିଥିଲେ, ସେ ଆଗାମୀ ଦିନରେ ଉଦ୍ୟୋଗପତି ତଥା ବ୍ଲଗର୍ ଅଜିମ୍‌ଙ୍କୁ ବିବାହ କରିବେ। ଏହି କଥା ପ୍ରଘଟ ହେବା ପରେ କିଛି ଯୁବତୀ ଅଜିମ୍‌ଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ, ଯଦିଓ ଏହି ଅଭିଯୋଗଗୁଡ଼ିକ ମିଥ୍ୟା ବୋଲି ଅଜିମ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ସଫେଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe