ଏଭଳି ଭୂମିକାରେ ଆସୁଛନ୍ତିି ସବ୍ୟସାଚୀ

Advertisment
ଏଭଳି ଭୂମିକାରେ ଆସୁଛନ୍ତିି ସବ୍ୟସାଚୀ

ମୁମ୍ବାଇ: ଓଲିଉଡର ସୋବର ବୟ୍‌ ସବ୍ୟସାଚୀ ଏବେ ଡନ୍‌ ଭୂମିକାରେ ନଜର ଆସିବେ ।ହଁ ସେ ଏକ ବଙ୍ଗଳା ସିନେମାରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଟାଇଟଲ୍‌ ହେଲା ‘ରକ୍ତମୁଖୀ ନୀଲା’।ଏଥିରେ ସବ୍ୟସାଚୀଙ୍କୁ ଜଣେ ଗ୍ୟାଙ୍ଗଷ୍ଟାର୍‌ ଭୂମିକାରେ ଦେଖିବାକୁ ମିଳିବ। ଏହାର କାହାଣୀରେ ତାଙ୍କର ଭୂମିକାରେ ନକାରାତ୍ମକ ଦିଗ ବି ଅଛି ବୋଲି ଚର୍ଚ୍ଚା ହେଉଛି।ଏଥିରେ ଜଣେ ବଙ୍ଗଳା ଓ ଆଉ ଜଣେ ବଙ୍ଗଳାଦେଶୀ ନାୟିକାଙ୍କୁ ନିଆଯାଇଥିବା ଜଣାଯାଇଛି। ଏହି ସିନେମାରେ ହିନ୍ଦୀ ଓ ବଙ୍ଗଳା ସିନେ ଜଗତର ଲୋକପ୍ରିୟ ଅଭିନେତା ରାଜେଶ ଶର୍ମାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହା ସବ୍ୟସାଚୀଙ୍କର ପ୍ରଥମ ବଙ୍ଗଳା ସିନେମା।

publive-image

ଇତିମଧ୍ୟରେ ଓଡ଼ିଶାର ଢ଼େଙ୍କାନାଳ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ‘ରକ୍ତମୁଖୀ ନୀଲା’ର ପ୍ରଥମ ପର୍ଯ୍ୟାୟ ସୁଟିଂ ଶେଷ ହୋଇଛି। ଏହାର କେତେକ ଅଂଶ ସୁଟିଂ ବାଂଲାଦେଶରେ ମଧ୍ୟ କରାଯିବାର ଯୋଜନା ରହିଛି।ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ, ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଖ୍ୟାତନାମା ବଲିଉଡ କଂପୋଜର୍‌ ରାଜେଶ ରୋଶନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe