ଦମନ ନିର୍ଦ୍ଦେଶକଙ୍କ ସିନେମାରେ ସବ୍ୟସାଚୀ

Advertisment

ଅନୁଭବଙ୍କୁ ନେଇ ‘ବିଜୁବାବୁ’ ଓ ବାବୁସାନ୍‌ଙ୍କୁ ନେଇ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ‘ଦମନ’ ପରି ଚର୍ଚ୍ଚିତ ସିନେମା ତିଆରି କରିଥିବା ନିର୍ଦ୍ଦେଶକ ଯୋଡ଼ି ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ଏବେ ଆଉ ଜଣେ ଆଗଧାଡ଼ିର....

ଅନୁଭବଙ୍କୁ ନେଇ ‘ବିଜୁବାବୁ’ ଓ ବାବୁସାନ୍‌ଙ୍କୁ ନେଇ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ‘ଦମନ’ ପରି ଚର୍ଚ୍ଚିତ ସିନେମା ତିଆରି କରିଥିବା ନିର୍ଦ୍ଦେଶକ ଯୋଡ଼ି ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ଏବେ ଆଉ ଜଣେ ଆଗଧାଡ଼ିର....

ffsxccf

ଅନୁଭବଙ୍କୁ ନେଇ ‘ବିଜୁବାବୁ’ ଓ ବାବୁସାନ୍‌ଙ୍କୁ ନେଇ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ‘ଦମନ’ ପରି ଚର୍ଚ୍ଚିତ ସିନେମା ତିଆରି କରିଥିବା ନିର୍ଦ୍ଦେଶକ ଯୋଡ଼ି ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ଏବେ ଆଉ ଜଣେ ଆଗଧାଡ଼ିର ନାୟକଙ୍କୁ ନେଇ ଆଉ ଗୋଟିଏ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଓଲିଉଡ୍‌ର ସୋବର୍‌ ବୟ କୁହାଯାଉଥିବା ସବ୍ୟସାଚୀ ଏହି ବଡ଼ କାନ୍‌ଭାସ୍ ଓ ବିଗ୍ ବଜେଟ୍ ଛବିରେ ନାୟକ ସାଜିଛନ୍ତି। ଏମିତି ଏକ କାହାଣୀକୁ ନେଇ ପୂର୍ବରୁ ଓଡ଼ିଶାରେ ଚଳଚ୍ଚିତ୍ର ନିର୍ମାଣ ହୋଇନାହିଁ ବୋଲି କହିଛନ୍ତି ସବ୍ୟସାଚୀ। ଏହି ସିନେମାକୁ ନେଇ ସେ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି। 

ଏହି ସିନେମାର ଏଯାବତ୍ ଟାଇଟଲ୍ ଘୋଷଣା କରାଯାଇନାହିଁ। ଏପରିକି ସବ୍ୟସାଚୀଙ୍କ ବିପକ୍ଷରେ କିଏ ନାୟିକା ବନିବେ ତାହା ବି ସ୍ପଷ୍ଟ ହୋଇନାହିଁ। ଆଗରୁ ‘ବ୍ୟାଡ୍‌ଗାର୍ଲ’, ‘ଧର୍ମ ଦ ଫାଇଟର୍’, ‘ଭୈରବ’, ‘ତିତ୍‌ଲି’ ଓ ‘ନାୟକର ନାଆଁ ଦେବଦାସ’ ଭଳି ଓଡ଼ିଆ ଛବିର ପ୍ରଯୋଜନା କରିଥିବା ପ୍ରଭାତ କୁମାର ପ୍ରଧାନ ଏହାର ପ୍ରଯୋଜକ। ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ଆଧାରିତ ସବ୍ୟସାଚୀ ମହାପାତ୍ରଙ୍କ ନୂଆ ସିନେମା ‘ରାଣ୍ଡି ପୁଅ ଅନନ୍ତା’ ପରେ ସବ୍ୟସାଚୀ ପୁଣି କେଉଁ ଛବିରେ କାମ କରିବେ ସେ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ଅନ୍ତ ଘଟିଛି। ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସହ ସବ୍ୟସାଚୀ ପ୍ରଥମ ଥର କାମ କରିବାକୁ ଯାଉଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe